jayashree

ସ୍ୱଳ୍ପ ସଞ୍ଚୟ ଲକ୍ଷ ଧାର୍ଯ୍ୟ ଦିଗରେ ଅଭିକର୍ତ୍ତାଙ୍କ ସଫଳ ପ୍ରୟାସ ଜରୁରୀ : ହରିଚରଣ ମିଶ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡାକଘର ସ୍ୱଳ୍ପ ସଞ୍ଚୟ ଲକ୍ଷ ଧାର୍ଯ୍ୟ ଦିଗରେ ଅଭିକର୍ତ୍ତାଙ୍କ ସଫଳ ପ୍ରୟାସ ଜରୁରୀ ବୋଲି ସହକାରୀ ନିର୍ଦ୍ଦେଶକ ତଥା ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ହରିଚରଣ ମିଶ୍ର ଆହ୍ୱାନ କରିଛନ୍ତି ।

ଗଞ୍ଜାମ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତା ସଂଘର ସଭାପତି ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ସଂଘର ସଦସ୍ୟଗଣ ଜିଲ୍ଲା କାର୍ଯ୍ୟାଳୟରେ ଭେଟି ଶ୍ରୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରି ଅଭିନନ୍ଦନ ଜଣାଇଥିଲେ । ଅଭିକର୍ତ୍ତା ସଦସ୍ୟଗଣ ବିନୋଦ କୁମାର ରାଉତ, ଉଦୟନାଥ ମହାନ୍ତି, ସତ୍ୟନାରାୟଣ ସାହୁ, ଉମାକାନ୍ତ ନାୟକ, ପ୍ରମୋଦ କୁମାର ମଣ୍ଡଳ, ଦୁର୍ଗାଶଙ୍କର ପାତ୍ର, ପୁରୁଷୋତ୍ତମ ଚର୍ତ୍ତି, ସଦାଶିବ ପାଣିଗ୍ରାହୀ, ପ୍ରକାଶ ନାହାକ ଛତ୍ରପୁର ସ୍ଥିତ ଜିଲ୍ଲା ସ୍ୱଳ୍ପ ସଞ୍ଚୟ କାର୍ଯ୍ୟାଳୟକୁ ଯାଇ ସହକାରୀ ନିର୍ଦ୍ଦେଶକ ତଥା ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ହରିଚରଣ ମିଶ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏତଦ୍‌ବ୍ୟତିତ ଡାକଘର ସଞ୍ଚୟ ଯୋଜନା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲାରେ ୨୦୨୩-୨୪ ଆର୍ଥିକ ବର୍ଷରେ ବିଭିନ୍ନ ସଂଗଠନମୂଳକ କାର୍ଯ୍ୟ କରି ଅଭିକର୍ତ୍ତାମାନଙ୍କ ମୌଳିକ ସମସ୍ୟାକୁ କିଭଳି ଭାବେ ସମାଧାନ କରିବା ଉପରେ ବିଶେଷ ଧ୍ୟାନ ଦେବାକୁ ଅବଗତ କରାଇଥିଲେ । ଗଞ୍ଜାମ ଜିଲ୍ଲାରେ ପ୍ରାୟତଃ ୧୫ଶହ ଏଜେଣ୍ଟ ବା ନିୟୋଜିତ ଅଭିକର୍ତ୍ତାମାନଙ୍କ ପରିଚୟ ପତ୍ର ଦିଆଯିବାର ବ୍ୟବସ୍ଥା କରାଯିବା ସାଂଗକୁ ଅଭିକର୍ତ୍ତାମାନଙ୍କ ସ୍ୱାସ୍ଥ୍ୟବୀମା ଯୋଜନା, ଦୁର୍ଘଟଣାଜନିତ ବୀମା ସୁବିଧା, ଆଦି ବ୍ୟବସ୍ଥା କରିବାକୁ ପ୍ରଶାସନ ଠାରେ ଅବଗତ କରାଇବା ସ୍ୱରୂପ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଯୋଜନା ଅଧିକାରୀଙ୍କୁ ଦୃଷ୍ଟି ଆରୋପ କରିଥିଲେ । ସମସ୍ତ ଅଭିକର୍ତ୍ତାଙ୍କ ନିଃସ୍ୱାର୍ଥପରତା ଭାବେ ସମୟ ଓ ଶ୍ରମ ଦେଇ ନିଜ ନିଜର ବ୍ୟବସାୟ ସହ ଡାକଘର ସୁକନ୍ୟାସମୃଦ୍ଧି ଯୋଜନା ଏବଂ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ, ଏକାଉଣ୍ଟ ଖୋଲି ରାଜ୍ୟର ପ୍ରଥମ ସ୍ଥାନରେ ଗଞ୍ଜାମ ଜିଲ୍ଲାକୁ ସ୍ଥାନ ଦେଇଥିବା ହେତୁ ସହକାରୀ ନିର୍ଦ୍ଦେଶକ ତଥା ଭାରପ୍ରାପ୍ତ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ହରିଚରଣ ମିଶ୍ର ଅଭିକର୍ତ୍ତା ସଂଘକୁ ସାଧୁବାଦ ଓ ଧନ୍ୟବାଦ ଜଣାଇ ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତା ସଂଘର ସଦସ୍ୟଗଣଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଅଭିକର୍ତ୍ତା ସଂଘର ବିବିଧ ସମସ୍ୟା ସମ୍ୱନ୍ଧରେ ଗୁରୁତ୍ତ୍ୱାରୋପ କରାଯାଇଥିବା ବିଷୟରେ ପ୍ରଶାସନର ଦୃଷ୍ଟିକୁ ଅଣାଯିବାକୁ ସଂଘ ଆହ୍ୱାନ କରିଛି । ସର୍ବୋପରି ଡାକଘର ସୁକନ୍ୟାସମୃଦ୍ଧି ଯୋଜନା ଏବଂ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ, ଏକାଉଣ୍ଟ ବହୁଳ ଭାବେ ଖୋଲି ଉଦ୍ଧିଷ୍ଟ ଲକ୍ଷ୍ୟଠାରୁ ଅଧିକ ଜମା ସଂଗ୍ରହ କରିବାକୁ ସମସ୍ତ ଅଭିକର୍ତ୍ତାଙ୍କୁ ସହକାରୀ ନିର୍ଦ୍ଦେଶକ ତଥା ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ମିଶ୍ର ସଭିଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.