ଲାଞ୍ଚ ନେଇ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଧରାପଡିଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଚୂଳବତୀ ସାହୁ ଆଜି ପାଞ୍ଚ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଏକ ନୂତନ ହୋଟେଲ ପାଇଁ ଖାଦ୍ୟ ନିରାପତ୍ତା (ଫୁଡ୍ ସେଫ୍ଟି) ଲାଇସେନ୍ସ ପାଇଁ ଆବେଦନକାରୀଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ସେ ଧରାପଡିଥିଲେ । ତାଙ୍କ ବିରୋଧରେ ସମ୍ବଲପୁର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏକ ମାମଲା କେସ ନଂ-୧୭/ ତାରିଖ ୧୮/୪/୨୨ ରୁୁଜୁ କରାଯାଇ ତଦନ୍ତ ଜାରି ରହିଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ବରଗଡ଼ ଜିଲ୍ଲାର ଦୁଇଟି ସ୍ଥାନରେ ଚଢାଉ କରି ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.

error: Content is protected !!