ଦେଓଗାଁ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଜନ୍ମାଷ୍ଟମୀ ମହୋତ୍ସବ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ସକାଳେ ହାତୀସରା ଗାଁରେ ଦେଓଗାଁ ସରସ୍ୱତୀ ବିଦ୍ୟାମନ୍ଦିର ପକ୍ଷରୁ ଜନ୍ମା‌ଷ୍ଟମୀ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାତୀସରା ସରପଞ୍ଚ କେଲୋ ଡାଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ହାତୀସରା ସମିତି ସଭ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ସନ୍ତୋ‌ଷ ସା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଭଉଣୀ ସ୍ୱସ୍ଥିଶ୍ରୀ ସିଂ, ସ୍ୱେତା ସିଂ, ତୁଳସୀ ମେହେର ପ୍ରମୁଖ ସଭା ସଂଯୋଜନା କରିଥିଲେ । ଗୁରୁଜୀ କୁନୁ ସାହୁଙ୍କ ସଂଯୋଜନାରେ ଅନୁ‌ଷ୍ଠାନର ଭାଇ ଭଉଣୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁ‌ଷ୍ଠିତ ହୋଇଥିବା ବେଳେ ଗୁରୁଜୀ ପ୍ରଭୁଦତ୍ତ ବିଶି ଧନ୍ୟବାଦ ଅର୍ପଣ କରିଥିଲେ । ଗାଁର ଗୌର ସାହୁ, କର୍ଣ୍ଣ ଗଡ଼ତ୍ୟା, ମୋତିଲାଲ ସିଂ, ମନୋଜ ପୁଟେଲ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

Leave A Reply

Your email address will not be published.