ଦେଓଗାଁ ବ୍ଲକରେ ଜନ୍ମାଷ୍ଟମୀ ମହୋତ୍ସବ : ହରିବଂଶ ପୁରାଣର କୃଷ୍ଣ ଜନ୍ମ ପାରାୟଣ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ହାତୀସରା ପଞ୍ଚାୟତ ନାଇକେନଶିରା ଗାଁରେ ପବିତ୍ର ଜନ୍ମାଷ୍ଟମୀ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ହରିବଂଶ ପୁରାଣର ଦ୍ୱିତୀୟ ଖଣ୍ଡ କୃଷ୍ଣଜନ୍ମ ପାରାୟଣ ହୋଇଥିଲା । ପୂଜକ ଭାବେ ପଣ୍ଡିତ ବାଳକୃ‌ଷ୍ଣ କର ଓ ସହଯୋଗୀ କାହ୍ନା ମିଶ୍ର ଦାୟିତ୍ୱରେ ଥିବା ବେଳେ ବ୍ୟାସ ଭାବେ ଶୁଭଂ ମିଶ୍ର (ଆମ୍ବପାଲି) ଦାୟିତ୍ୱ ନେଇଥିଲେ । ସେହିପରି କର୍ତ୍ତା ଭାବେ ଭାଗବତ ବେହେରା ଓ ଧର୍ମପତ୍ନୀ ରଶ୍ମି ବେହେରା, ପ୍ରତୋଶ ବାଙ୍କ ଓ ଧର୍ମପତ୍ନୀ ରଶ୍ମିତା ବାଙ୍କ ଏବଂ ବୃନ୍ଦାବନ ମେହେର ଓ ଧର୍ମପତ୍ନୀ ପଙ୍କଜିନୀ ମେହେର ପ୍ରମୁଖ ଦାୟିତ୍ୱ ନେଇଥିଲେ । ରବିବାର ସପ୍ତମୀ ତିଥିରେ କଳସ ଶୋଭାଯାତ୍ରା ଓ ଅଧିବାସ କାର୍ଯ୍ୟକ୍ରମ ଅନୁ‌ଷ୍ଠିତ ହୋଇଥିବା ବେଳେ ପବିତ୍ର ଜନ୍ମା‌ଷ୍ଟମୀ ତିଥିରେ ପୁରାଣ ପଠନ ଆରମ୍ଭ ହୋଇଥିବା ବେଳେ ନବମୀ ତିଥିରେ ନନ୍ଦୋତ୍ସବ ସହ ସମାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ନାଇକେନଶିରା ରାଧାକୃ‌ଷ୍ଣ ମନ୍ଦିର ପରିଚାଳନା କମିଟିର ସଭାପତି ରଘୁମଣୀ ମେହେର, ସଂପାଦକ ଲୁଲୁ ଭୁଏ ସହ ସହଦେବ ପରୁଆ, ରଙ୍କ ବେହେରା, ରାଧାକୃ‌ଷ୍ଣ ବାଗ, ଆଦିକନ୍ଦ ବଢ଼ିଆ, ଟିକେଶ୍ୱର ଦଣ୍ଡସେନା, ମକୁନ୍ଦ ବେହେରା ସହ ଗାଁର ସମସ୍ତ ପୁରୁଷ ମହିଳା ସହଯୋଗ କରିଥିଲେ । ସେହିପରି ସାଲେପାଲି ଗାଁରେ ମଧ୍ୟ ଶ୍ରୀକୃଷ୍ଣ ଭଗବାନଙ୍କ ଜନ୍ମ ଉତ୍ସବ ପାଳନ ହୋଇଯାଇଛି । ଏଥିରେ କର୍ତ୍ତାଭାବେ ସଂଜିବ ସାମଲ ଓ ଶ୍ରୀମତୀ ସଂଯୁକ୍ତା ସାମଲ ରହିଥିବା ବେଳେ ପୂଜକ ଡ଼ମ୍ବରୁଧର ଷଡ଼ଙ୍ଗୀ ପୂଜା କାର୍ଯ୍ୟ ତୁଲାଇଥିଲେ । ପୁରାଣ ପଣ୍ଡା ଭାବେ ସୁଶାନ୍ତ ଷଡ଼ଙ୍ଗୀ, ନିତ୍ୟାନନ୍ଦ ଷଡ଼ଙ୍ଗୀ ହରିବଂଶ ଗାନ କରିଥିଲେ । ଭୂବନେଶ୍ୱର ସାମଲ, ଫକୀର ସାମଲ, ରାକେଶ ସାମଲଙ୍କ ସହ ଗାଁର ଅନେକ ମହିଳା ପୂଜା କାର୍ଯ୍ୟରେ ସାମିଲ ହୋଇଥିଲେ । ଏହାସହ ଦେଓଗାଁ ବ୍ଲକରେ ବିଭିନ୍ନ ଗାଁରେ ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳନ ହୋଇଯାଇଛି ।

Leave A Reply

Your email address will not be published.