ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ କୃପାସିନ୍ଧୁ ଭୋଇଙ୍କ ୮୨ତମ ଜନ୍ମ ଜୟନ୍ତୀ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରଗଡ଼ ସାଂସଦ, ପୂର୍ବତନ ନିଦ୍ଦେର୍ଶକ ଏଆଇଆଇଏମ୍‌ଏସ୍‌ ତଥା ପଶ୍ଚିମ ଓଡ଼ିଶାର ବରପୁତ୍ର ସମସ୍ତଙ୍କ ଆଦର୍ଶ ଡା. କୃପାସିନ୍ଧୁ ଭୋଇଙ୍କ ୮୨ତମ ଜନ୍ମ ଜୟନ୍ତୀ ଅବସରରେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ତରଫରୁ ବରଗଡ଼ ସ୍ଥିତ କଂଗ୍ରେସ ଭବନଠାରେ ଡ. ଭୋଇଙ୍କ ଫଟୋ ଚିତ୍ରକୁ ଧୂପ ଦୀପ ଦେଇ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଗଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ସାମ୍ବାଦିକ ସଚ୍ଚିଦାନନ୍ଦ ପାତ୍ର, ବରିଷ୍ଠ କଂଗ୍ରେସ ନେତା ସରୋଜ ମହାପାତ୍ର, ଜିଲ୍ଲା ଉପସଭାପତି ପାଣ୍ତବ କର୍ଣ୍ଣ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ନାୟକ, ବ୍ଲକ ସଭାପତି ଅନନ୍ତ ତାଣ୍ଡି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁଶାନ୍ତ ସାହୁ, ଅଭିଷେକ ନାୟକ, ଗୌରବ ପତି, ସନ୍ତୋଷ ସାହୁ ଏବଂ ଅନ୍ୟାନ୍ୟ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.