oom

ଗଞ୍ଜାମ ବ୍ଲକରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଗଞ୍ଜାମ ବ୍ଲକ ଓବିସି ମୋର୍ଚ୍ଚା ପକ୍ଷରୁ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ପୌରୋହିତ୍ୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଦୀନଦୟାଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜରେ ଜଣେ ଆଦର୍ଶ ନାଗରିକ ଭାବେ ନିଜ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଅଧ୍ୟକ୍ଷ ଆହ୍ୱାନ ଦେଇଥିଲେ । ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଦୀନଦୟାଲଙ୍କ ଶୃତି ଚାରଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସନ୍ତୋଷପୁର ମଣ୍ଡଳ ସଭାପତି ସନ୍ତୋଷ ନାହାକ, ହମ୍ମା ମଣ୍ଡଳ ସଭାପତି ଗଗନ ନାହାକ, ଓବିସି ମୋର୍ଚ୍ଚାର ଯୁବନେତା କେ.ସନ୍ତୋଷ ରେଡି, ହମ୍ମା ମଣ୍ଡଳ ପ୍ରଭାରୀ କନ୍ତାରୀ ଦଳାଇ, ମଲାଡ ସମିତିସଭ୍ୟ ରାଜୁ ଦାସ, ପୂର୍ବତନ ସରପଞ୍ଚ ସୁକାନ୍ତ କୁମାର ତ୍ରିପାଠୀ, ଦୁର୍ଯ୍ୟୋଧନ ଗୌଡ, କ୍ଷେତ୍ରବାସୀ ରେଡି, ଟୁକୁନା ସାହୁ, ରୀଙ୍କୁ ପଲାଇ, କବିରାଜ ସାହୁ, ଜଉ ଗୌଡ, ପୂର୍ବତନ କାଉନସିଲର ଧନୁର୍ଦ୍ଧର ବେହେରା, ରଞ୍ଜନ୍ କୁମାର ବେହେରା, ଗୋବର୍ଦ୍ଧନ ନାୟକ, ଶିଶିର ଦାସ, ହରିକୃଷ୍ପ ପାଢ଼ୀ, ଏସ.ସନ୍ତୋଷ ରେଡି ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.