om academy

ଅନ୍ୱେଷା ପରିବାର ଆନୁକୂଲ୍ୟରେ ୧୦୧ତମ ସାମୁହିକ ଜନ୍ମଦିନ ସମାହାର

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଅନ୍ୱେଷା ପରିବାର ଆନୁକୂଲ୍ୟରେ ୧୦୧ତମ ସାମୁହିକ ଜନ୍ମଦିନ ସମାହାର ମାନବ ସେବା ପ୍ରତିଷ୍ଠାନ, ଜଗଦା, ଝିରପାଣି ଠାରେ ସାମୁହିକ ଜନ୍ମଦିନ ଉତ୍ସବ ସମାରୋହ ପାଳନ ଏକ ନିଆରା ଅନୁଭୂତି ଓ ଆବେଗ । ଅଦ୍ୟ ତା ୨୬-୫-୨୪ ରିଖ ଦିନ ନିଜେ ହସି, ସଭିଙ୍କୁ ହସାଇବା ଆଭିମୁଖ୍ୟ ନେଇ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଅଧ୍ୟକ୍ଷତାରେ ଝିରପାଣି ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନ ଠାରେ ଆୟୋଜିତ ହୋଇଥିଲା ଏହିପରି ଏକ ଅବିସ୍ମରଣୀୟ ସାମୁହିକ ଜନ୍ମଦିନ ଉତ୍ସବ ସମାରୋହ । ଯେଉଁ ଭଵ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନବିକ ଅଧିକାର ସଂଗଠନର ମୁଖ୍ୟ କୁମାର ବେହେରା ଯୋଗଦାନ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ଗୌରୀ ନାଗ (ରୋଟାରୀ କ୍ଲବ, ରାଉରକେଲା) ମହୋଦୟା ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ । ଅନ୍ୟାନ୍ୟ ବିଶେଷ ଅତିଥି ଗଣଙ୍କ ମଧ୍ୟରେ ବରିଷ୍ଠ ଶିଶୁ ସାହିତ୍ୟିକ ଉପେନ୍ଦ୍ର ବସ୍ତିଆ, ପୂର୍ଣ୍ଣଚନ୍ଦ୍ର ବେହେରା, ଶ୍ରୀମତୀ ଗୌରୀ କୁମ୍ଭାର(ନୂଆ ସକାଳ ଫାଉଣ୍ଡେସନ୍‌ର ସଦସ୍ୟା), ଶ୍ରୀମତୀ ତରୁଲତା ବିଶ୍ୱାଳ, ସୁଶ୍ରୀ ସୁମତି ନାୟକ, ସତ୍ୟବାନ୍ ସାହୁ, ଜୟପ୍ରକାଶ ଜୋସିଲା ପ୍ରମୁଖ ଉପସ୍ଥିତ ରହି ମାନବ ସେବା ପ୍ରତିଷ୍ଠାନର ଅନ୍ତେବାସୀ ଶିଶୁମାନଙ୍କୁ ଉତ୍ସାହିତ ଓ ଅନୁପ୍ରାଣିତ କରିଥିଲେ । ପ୍ରତି ମାସ ପରି ଏହି ମାସ ମଧ୍ୟ ମେ ମାସରେ ଜନ୍ମ ହୋଇଥିବା ଅନ୍ତେବାସୀ ଶିଶୁମାନଙ୍କ ସହ ଅନୁଷ୍ଠାନର ସଦସ୍ୟ ମାନେ ନିଜ ନିଜର ଜନ୍ମଦିନ ପାଳନ କରିଥିଲେ ସେମାନଙ୍କ ମଧ୍ୟରୁ ସିଙ୍ଗାପୁରର ଶ୍ରେୟଷ ଖୁଣ୍ଟିଆ, ନମିତା ପାତ୍ର, ଲଳିତା ମିତ୍ତଳ ଏବଂ ସରୋଜ ସଥପଥି ଉପସ୍ଥିତ ରହି ନପାରିଲେ ମଧ୍ୟ ଏହି କାର୍ଯ୍ୟକ୍ରମରେ ପରୋକ୍ଷ ରୂପେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ଚରଣରେ ଅନ୍ୱେଷା ପରିବାରର ଟ୍ରଷ୍ଟି ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ପ୍ରାରମ୍ଭିକ ଅଭିଭାଷଣ ପରେ ମାନବ ସେବା ପ୍ରତିଷ୍ଠାନର ଅନ୍ତେବାସୀ ଶିଶୁ କଳାକାରମାନଙ୍କ ମଧ୍ୟରେ ସୁଶ୍ରୀ ଆଞ୍ଚଲ ସାହୁ, ବିନାୟକ ମହାକୁଡ଼, ତାପସ ଚକ୍ରବର୍ତ୍ତୀ, ରଶ୍ମିତା ପଣ୍ଡା ଓ ପ୍ରତୀକ୍ଷା ପି. ମରିସା ପ୍ରମୁଖ ତୃପ୍ତି ଭୂମିଜଙ୍କ ନିର୍ଦ୍ଦେଶନାରେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି କୁମାର ସାର୍ ସମବେତ ଜନ୍ମବାର୍ଷିକୀ ଉତ୍ସବର ଆୟୋଜନ ପାଇଁ ଶ୍ରୀଯୁକ୍ତ ପଣ୍ଡାଙ୍କୁ ସାଧୁବାଦ ଜଣାଇବା ସହ ମାନବିକ ଅଧିକାର ସହ ଜଡ଼ିତ ଶିଶୁଙ୍କ ସାମାଜିକ ସୁରକ୍ଷା ଉପରେ ସଚେତନତା ମୂଳକ ବାର୍ତ୍ତା ପରିବେଷଣ କରିଥିଲେ । ଶିଶୁ ସାହିତ୍ୟିକ ଉପେନ୍ଦ୍ର ବସ୍ତିଆ ଶିଶୁ ସମାଜ ଉପରେ ପ୍ରେରଣାଦାୟୀ କବିତା ଆବୃତ୍ତି କରିଥିବା ବେଳେ, ପୂର୍ଣ୍ଣଚନ୍ଦ୍ର ବେହେରା ଶିଶୁମାନଙ୍କୁ ଅନେକ ଉପାଦେୟ ଉପଦେଶ ପ୍ରଦାନ କରିଥିଲେ । ଶ୍ରୀମତୀ ନାଗ ନିଜର ହୃଦୟସ୍ପର୍ଶୀ ବକ୍ତବ୍ୟରେ ଶିଶୁମାନଙ୍କୁ ଅନୁପ୍ରାଣୀତ କରିଥିଲେ । ସମସ୍ତ ନିମନ୍ତ୍ରିତ ଅତିଥି ଗଣ ନିଜ ନିଜର ସାରଗର୍ଭକ ଉଦ୍‌ବୋଧନରେ ଜୀବନରେ ଜଣେ ଜଣେ ଭଲ ମଣିଷଟିଏ ହେବା ପାଇଁ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇଥିଲେ । ଜୟପ୍ରକାଶ ଓ ଶ୍ରୀମତୀ ପୂଜା ପ୍ରସାଦ ମହୋଦୟା ଜନ୍ମଦିନ କେକ୍ ପ୍ରସ୍ତୁତି କରି ପରିବେଷଣ କରିଥିଲେ । ମାନବ ସେବା ପ୍ରତିଷ୍ଠାନର ମୁଖ୍ୟ ପ୍ରଫେସର ଶଶିକାନ୍ତ ଆଚାର୍ଯ୍ୟ ଓ ସଞ୍ଚାଳିକା ଶ୍ରୀମତୀ ହେମନ୍ତ ତାଣ୍ଡିଆ ଅନୁଷ୍ଠାନ ପକ୍ଷରୁ ସମସ୍ତ ପ୍ରକାରର ସମର୍ଥନ ଯୋଗାଇ ଦେଇଥିବାବେଳେ ଅନୁଷ୍ଠାନର ସକ୍ରିୟ ସଦସ୍ୟ ଦୁର୍ଯ୍ୟୋଧନ ପାତ୍ର, ଶ୍ରୀମତୀ ଧରିତ୍ରୀ ପାତ୍ର ଏବଂ ଅନ୍ତେବାସୀଙ୍କ ପକ୍ଷରୁ ସୁଶ୍ରୀ ରାଧା ସ୍ୱାଇଁ, ସରସ୍ଵତୀ ପାତ୍ର, ନନ୍ଦିନୀ ସାହୁ, ଶ୍ରଦ୍ଧା ଦାସ, ନିମିଶା ଲୁଗୁନ, ସଞ୍ଜୟ କେରକେଟା ଓ ଆଦିତ୍ୟ ନାଏକ ପ୍ରମୁଖ ଭୋଜନ ପ୍ରସ୍ତୁତି ତଥା ପରିବେଷଣରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ ଶ୍ରୀମତୀ ତରୁଲତା ବିଶ୍ୱାଳ, ରଞ୍ଜନ ସାହୁ, ନିବେଦିତା ହଳଧର ଓ ଜନ୍ମେଜୟ ଦାସ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ ଦିବାକର ଦାସଙ୍କ ଦ୍ୱାରା ସଭିଙ୍କୁ ଧନ୍ୟବାଦ ଅର୍ପଣ ପରେ ହର୍ଷୋଉଲ୍ଲାସର ସହ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

Leave A Reply

Your email address will not be published.