ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମଦିନ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ସ୍ଥିତ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମଦିନ ପାଳନ ହୋଇଯାଇଛି । ଏହି ଅବସରରେ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରୀମାନଙ୍କ ଦ୍ୱାରା ଜନ୍ମଦିନ ସ୍ମରଣ ଉଦ୍ଦେଶ୍ୟରେ ଏକ “ବରଗଛ” ରୋପଣ କରାଯାଇଛି । ଏକ ସଭା ଅନୁଷ୍ଠିତ ହୋଇ ପଣ୍ଡିତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଦୀପ ପ୍ରଜ୍ୱଳନ କରାଯାଇ ଥିଲା । ଶିକ୍ଷକ ସେବକ ସେଠ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୀବନୀ ଉପରେ ଆଲୋଚନା କରିବା ସଙ୍ଗେ ପଣ୍ଡିତ ନୀଳକଣ୍ଠ ଦାସ ଏକାଧାରରେ କବି, ସାହିତ୍ୟିକ, ପ୍ରାବନ୍ଧିକ, ଶିକ୍ଷାବିତ, ସାଙ୍ଗଠନିକ, ସମାଜସେବୀ, ସ୍ୱାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ ବ୍ୟକ୍ତି ଥିଲେ ବୋଲି ଆଲୋକପାତ କରିଥିଲେ । ଏପରି ମହାନ ବ୍ୟକ୍ତିଙ୍କ ଜନ୍ମଦିନ ପ୍ରତେକ ଅନୁଷ୍ଠାନରେ ପାଳନ କରିବା ସହିତ ଏପରି ମହାନ ବ୍ୟକ୍ତତ୍ୱଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହେବାର ଆବଶ୍ୟକତା ଅଛି ବୋଲି କହିଥିଲେ । ଶିକ୍ଷୟତ୍ରୀ ଅନିମା ରାଉତ ମଞ୍ଚରେ ଅଭିଲିପ୍ସା ପଣ୍ଡାଙ୍କ ସ୍ୱରରେ ବମ.. ବମ.. ଭୋଲେ ସଂଗୀତ ଗାଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ହିନ୍ଦୀ ଶିକ୍ଷୟତ୍ରୀ ଉଷା ଦାସ ଆଜିର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.