oom

ଟିଟିଲାଗଡ଼ ଏସ୍‌ସିଡ଼ି ସେଣ୍ଟରର ଭିନ୍ନକ୍ଷମ ଶିଶୁଙ୍କ ସହ ପାଳିଲେ ଜନ୍ମଦିନ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜିକାଲିର ଆଧୁନିକ ଯୁଗରେ ନିଜ ନିଜର ଛୁଆଙ୍କ ଜନ୍ମ ଦିନ ପାଳିବା ପାଇଁ କେତେ କଣ ନକରୁଛନ୍ତି କିନ୍ତୁ ଟିଟିଲାଗଡ଼ର କମରୁଦିନ ଅଲି ଅହମଦ୍‌ ନିଜର ପୁଅର ଜନ୍ମ ଦିନ ପାଳନ ଘରେ ନକରି ଭିନ୍ନକ୍ଷମ ଶିଶୁଙ୍କ ସହ ପାଳନ କରିବାକୁ ଇଚ୍ଛା କରି ପରିବାରରେ କହିଥିଲେ । ଏହା ଶୁଣି ଲାୟନ୍ସ କ୍ଲବର ସମ୍ପାଦକ ଆବାସ ଖାଁ କ୍ଲବ ସଦସ୍ୟଙ୍କୁ ଅବଗତ କରାଇଥିଲେ । କ୍ଲବ ସଭାପତି ଗଙ୍ଗାଧର ଶର୍ମା ଏସ୍‌ସିଡି ସେଣ୍ଟରର ସମ୍ପାଦିକା ଅଞ୍ଜଳି ବେହେରାଙ୍କୁ ଜଣାଇଥିଲେ । ଶନିବାର ରାତିରେ ଏସ୍‌ସିଡି ସେଣ୍ଟରକୁ କ୍ଲବ ସଦସ୍ୟ ଓ କମରୁଦିନ ଅଲିଙ୍କ ପରିବାର ସେଠାରେ ପହଞ୍ଚି କେକ୍ କାଟି କାମିଲ ଅଲି ଅହମଦଙ୍କ ଜନ୍ମ ଦିନ ପାଳନ କରିଥିଲେ । ସେଠାକାର ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଭୋଜନ ବ୍ୟବସ୍ଥା ମଧ୍ୟ ପରିବାର ପକ୍ଷରୁ କରାଯାଇଥିଲା । ସେଠାରେ ରହୁଥିବା ଭିନ୍ନକ୍ଷମ ପିଲାମାନଙ୍କ ସହ ଏଭଳି ଜନ୍ମ ଦିନ ପାଳନ କରିଥିବାରୁ ଶ୍ରୀମତି ଅଞ୍ଜଳି ବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.