om academy

ଛେଲବାହାଲ ଅଙ୍ଗନୱାଡି କେନ୍ଦ୍ରରେ ଭକ୍ତକବି ମଧୁସୂଦନ ରାଓଙ୍କ ଜନ୍ମଦିବସ ପାଳିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛେଲବାହାଲ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଓଡିଶା ମାଟିରେ ବର୍ଣ୍ଣ ବିଭବ ବୁଣି ଦେଇଥିବା ମହାନ ସ୍ରଷ୍ଟା ପୁରୁଷ ଭକ୍ତ କବି ମଧୁସୂଦନ ରାଓଙ୍କ ଜନ୍ମଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଧୁସୂଦନ ରାଓଙ୍କ ଫଟୋ ଚିତ୍ରରେ ଧୂପ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ୧୮୯୫ ମସିହାରେ ତାଙ୍କ ଦ୍ୱାରା ରଚିତ ବର୍ଣ୍ଣବୋଧରେ ଥିବା ଛାନ୍ଦ, ଶିଶୁ ଗୀତ ଆଦି କୋମଳମତି ବାଳକ ବାଳିକାଙ୍କ ମନରେ କିପରି ଗଭୀର ପ୍ରଭାବ ପକାଉଥିଲା ଓ ଏବେ ମଧ୍ୟ ପକାଉଛି ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅଙ୍ଗନୱାଡି କେନ୍ଦ୍ରର ଦିଦି ଜୟନ୍ତୀ ମିଶ୍ର ଶିଶୁ ସାହିତ୍ୟ ରଚନାରେ ମଧୁସୂଦନ ରାଓଙ୍କ କୃତି ଓ କୀର୍ତ୍ତି ସ୍ଥାପନ ତାଙ୍କୁ ଚିରସ୍ମରଣୀୟ ରଖିବ ବୋଲି ନିଜ ଅଭିଭାଷଣରେ କହିଥିଲେ । ନିମନ୍ତ୍ରୀତ ବକ୍ତା ଭାବେ ବିଲେଇସର୍ଡା ଜବାହାରଲାଲ ହାଇସ୍କୁଲର ଶିକ୍ଷକ ରଞ୍ଜିତ ମିଶ୍ର ଯୋଗ ଦେଇ ଆଦର୍ଶ ଶିକ୍ଷାଦାନ ପ୍ରଣାଳୀ, ଗମ୍ଭୀରତା, ନିର୍ମଳ ଚରିତ୍ର ଓ ଅକପଟ ସ୍ନେହ ଯୋଗୁଁ ସେ ଛାତ୍ର ମାନଙ୍କର ପ୍ରିୟ ଥିଲେ ବୋଲି ନିଜ ବକ୍ତବ୍ୟରେ କହିଥିଲେ । କାର୍ଯ୍ୟକ୍ରମରେ ନୂଆଦେଇ କର୍ମୀ, ସୂର୍ଯ୍ୟକାନ୍ତୀ ସାହୁ, ଭାନୁମତୀ ବେହେରା ପ୍ରମୁଖ ଶ୍ରୀ ରାଓଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଅଙ୍ଗନୱାଡି କେନ୍ଦ୍ରର ସମସ୍ତ ଛାତ୍ର ଛାତ୍ରୀଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତକ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କକିଆ ସୁନା ଓ କୌଶଲ୍ୟା ପଧାନ ସହଯୋଗ କରିଥିଲେ ।

Leave A Reply

Your email address will not be published.