ବାବା ସାହେବ ଆମ୍ବେଦକର କ୍ଲବ ଠାରେ ଅନୁସୂଚିତ ଜାତି – ଜନଜାତି ମିଳି କ୍ରିୟାନୁଷ୍ଠାନ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାବା ସାହେବ ଆମ୍ବେଦକର କ୍ଲବ ଗେଟସରୋ ବରପଡା ଠାରେ ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ଜରୁରୀ କାଳିନ ବୈଠକ ସତ୍ୟନାରାୟଣ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟିର ଶତାଧିକ ସଭ୍ୟ ଉପସ୍ଥିତ ଥିଲେ । ବୈଠକରେ ଆଗାମୀ ସେପ୍ଟେମ୍ବର ୪ ତାରିଖ ଦିନ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବି ଦେବା ସ୍ଥିର କରାଗଲା । ଅଗଷ୍ଟରେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଅନୁସୂଚିତ ଜାତି ଓ ଜନଜାତି ସଂରକ୍ଷଣ ଉପରେ ଅଣ ସାମ୍ବିଧାନିକ ରାୟ, ଭାରତର ସମସ୍ତ ରାଜ୍ୟରେ ଏସ୍‌ସି ଏସଟି ମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାର ବିରୁଦ୍ଧରେ ତୁରନ୍ତ ପ୍ରତିକାର, ଅନୁସୂଚିତ ଜାତି ଓ ଜନଜାତି ନିର୍ଯ୍ୟାତନା ଆଇନକୁ ରାଜ୍ୟ ଗୁଡିକ ଠିକ୍‌ ଭାବରେ କାର୍ଯ୍ୟକାରୀ କରୁନାହାନ୍ତି ତେଣୁ ରାଜ୍ୟ ଗୁଡିକୁ କଠୋର ନିର୍ଦ୍ଦେଶ ନାମା ଜାରି କରିବା, କେନ୍ଦ୍ର ଦ୍ୱାରା ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ପାଇଁ ଦିଆଯାଉଥିବା ପାଣ୍ଠିକୁ ରାଜ୍ୟ ଗୁଡିକ ଅନ୍ୟ କାମରେ ଲଗାଉଛନ୍ତି ତେଣୁ ତାକୁ ସଠିକ୍‌ ଭାବରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିବା, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ପଢୁଥିବା ବିଦ୍ୟାଳୟ ଗୁଡିକରେ ଅତି ନିମ୍ନ ମାନର ଖାଦ୍ୟ, ବସ୍ତ୍ର ଦିଆଯାଉଛି ଏବଂ ଶିକ୍ଷା ଦାନ ଭଳ ଭାବରେ ହେଉନାହିଁ ଯାହା ଫଳରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧାର ହେଉଛି, ତେଣୁ କେନ୍ଦ୍ର ସରକାର ସ୍ୱତନ୍ତ୍ର କମିଶନ ଗଠନ କରି ଏହାର ତଦନ୍ତ କରନ୍ତୁ, ରାଜ୍ୟ ଗୁଡିକ ଅନୁସୂଚିତ ଜାତି / ଜନଜାତି ବେକାର ଯୁବକମାନଙ୍କୁ ଜନସଂଖ୍ୟା ଆଧାରରେ ଚାକିରିରେ ସଂରକ୍ଷଣ ଦେଉ ନାହାନ୍ତି, ସଦସ୍ୟ ସମାପ୍ତ ହୋଇଥିବା ମେଡିକାଲ ଏଡ୍‌ମିଶନରେ ଓଡିଶା ସରକାର କେବଳ ୨୦ ପ୍ରତିଶତ ସଂରକ୍ଷଣ ଏହି ବର୍ଗର ଛାତ୍ରଛାତ୍ରୀମାଙ୍କୁ ଦେଇଛନ୍ତି ଯାହାକି ୩୯ ପ୍ରତିଶତ ହେବା କଥା, ଏପରି ଅନେକ ଉଦାହରଣ ରହିଛି । ତେଣୁ ଏହାର ଉପଯୁକ୍ତ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କାରିବା ଭଳି ଅନେକ ଦାବି ଗୁଡିକ ଉପରେ ସମସ୍ତଙ୍କ ସହମତି ଦେଖାଇ ଦେଇଥିଲା । ଏହି ବୈଠକରେ ଅନୁସୂଚିତ ଜାତି ଓ ଜନଜାତି କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଆଇନଜୀବୀ ତଥା ସମାଜସେବି ଦିନେଶ ନାଗ, ସମାଜସେବି ବିଜୟ କୁମାର ବାଗ, ଜ୍ୟୋତିଷ ମୁଗ୍ରୀ, କେଶନ ମହାନନ୍ଦ, ସିତାରାମ କୁମ୍ଭାର, ସମାଜସେବୀ ଦ୍ରୋଣ କୁମ୍ଭାର, ଦିଲିପ ଭୋଇ, ଦୌତ ଧରୁଆ, ଶ୍ୟାମ ସୁନ୍ଦର ଭୋଇ, ଯଥା ବିଶ୍ୱାଲ, ମଧୁ ମିର୍ଦ୍ଧା, ଧନସିଂ ଭୋଇ, କୁନା ବାଗ, ସୁଶିଲ ବାଗ, ଦେବାରାଜ ମହାନନ୍ଦ ପ୍ରଭୃତି ଅନେକ ସଭ୍ୟ ଉପସ୍ଥିତ ରହି ୪ ସେପ୍ଟେମ୍ବର ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିଜ ନିଜ ମତ ପ୍ରଦାନ କରିଥିଲେ ।

Leave A Reply

Your email address will not be published.