ଘଣ୍ଟବାହାଲି କ୍ଳବ୍ ଓ କଲେଜ ପ୍ରିନ୍ସିପାଲ୍ଙ୍କ ଘରୁ ଡକାୟତି ଘଟଣାର ପର୍ଦାଫାଶ, ଜଣେ ନାବାଳକ ସହ ୬ ଜଣିଆ ଡକାୟତି ଗ୍ୟାଙ୍ଗ ଗିରଫ
- ଢୋଲ, ନିଶାନ , ତାସା,ଏସି, ବାଇକ, ପିସ୍ତଲ ସହ ମାରଣାସ୍ତ ଜବତ ହୋଇଥିବା ସାମ୍ବାଦିକ ସମ୍ବିଳନୀ ସୂଚନା ଦେଲେ ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର
ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରୁ ଜଣେ ନାବାଳକ ସହ ୬ ଜଣିଆ ଡକାୟତି ଗ୍ୟାଙ୍ଗକୁ ଗିରଫ କରି ଶନିବାର ଦିନ ଉଭୟ ଅଭିଯୁକ୍ତମାନଙ୍କୁ ଡାକ୍ତରି ପରୀକ୍ଷା କରି ସଇଁତଲା କୋର୍ଟକୁ ଚାଲାଣ କରିଥିଲେ । ଏଥିରେ ଜାମିନ ନା ମଞ୍ଜୁର ହେବାରୁ ୫ ଜଣ ଅଭିଯୁକ୍ତଙ୍କୁ ଟିଟିଲାଗଡ଼ କୋର୍ଟ ଓ ନାବାଳକ ଅଭିଯୁକ୍ତଙ୍କୁ ଭବାନୀପାଟଣା ଜେଲ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତମାନେ ସଇଁତଲା ଥାନା ଡେଙ୍ଗ୍ ପଞ୍ଚାୟତ ଲକ୍ଷ୍ମୀପାଲି ଗ୍ରାମର ଦୁର୍ବାଦଳ ଭୋଇ(୨୧) ଓରଫ ଜୟସ, ରାଜା ଭୋଇ (୨୨)ଡେଙ୍ଗ କଲୋନୀ, ଲୋକନାଥ ଭୋଇ(୨୧) ଓରଫ ଟୀକା, ବୁଢାବାହାଲ ପଞ୍ଚାୟତ ରେମେଣ୍ଡା ଗ୍ରାମର ମନୋରଞ୍ଜନ ବାଗ(୨୩) ଓରଫ ରଞ୍ଜନ, ଟିଟିଲାଗଡ଼ ଥାନା ପି.ଡ଼.ବ୍ଲୁ.ଡି କଲୋନୀର ସୁକାନ୍ତ ମିଶ୍ର(୨୫) ଓରଫ ଚିଣ୍ଟୁ ଓ ଆଉ ଜଣେ ନାବାଳକ(୧୬) ବୁର୍ଡା ଅଞ୍ଚଳ ବୋଲି ଜଣାପଡିଛି । ପୋଲିସର ସୂଚନା ଅନୁସାରେ ଗତ ୧୪ ତାରିଖ ଶୁକ୍ରବାର ଦିନ ରାତିରେ ସଇଁତଲା ପୁଲିସ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ ସଇଁତଲା ରେଲୱେ ଷ୍ଟେସନ ଅଞ୍ଚଳର ଏକ ପଡିଆଠାରେ ଜଣେ ନାବାଳକ ସମେତ ୬ ଜଣ ବସି ଡକାୟତି କରିବା ପାଇଁ ଯୋଜନା କରୁଥିଲେ । ଏଥିରେ ପୁଲିସ ଗାଡି ଦେଖି ଅଭିଯୁକ୍ତ ମାନେ ଫେରାର ମାରିବାରୁ ପୁଲିସ ସନ୍ଦେହ କରି ଉକ୍ତ ଯୁବକ ମାନଙ୍କୁ ଦୌଡାଇ ଦୌଡାଇ ଧରି ଥାନାକୁ ଆଣିବା ପରେ ମଦଭାଟିକୁ ଡକାୟତି କରିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଥିଲା । ଉକ୍ତ ଅଭିଯୁକ୍ତମାନଙ୍କୁ ନେଇ ପୁଲିସ ଅଧିକ ତଦନ୍ତ କରିବାରୁ ପୂର୍ବରୁ ଗତ ୨୨ ଏପ୍ରିଲ ୨୦୨୩ରେ ଶିଶକେଲା ପଞ୍ଚାୟତ ଘଣ୍ଟବାହାଲି ଗ୍ରାମର ଏକ କ୍ଳବ୍ ଘରୁ ହୋଇଥିବା ସଇଁତଲା ଥାନାରେ କେସ ନଂ ୮୮/୨୩ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା । ଅନ୍ୟଟି ଗତ ୨୧ ଜୁନ ୨୦୨୩ରେ ସଇଁତଲା କଲେଜର ପ୍ରିନ୍ସିପାଲ୍ ତିରୁପତି ମେହେର ସଇଁତଲା ଥାନାରେ ଲିଖିତ ଅଭିଯୋଗ ପରେ ଥାନା କେସ ନଂ ୧୪୬/୨୩ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଲାଇଥିଲା । ଏହି ଡକାୟତି ଗ୍ୟାଙ୍ଗଙ୍କୁ ପୋଲିସ ଧରିବା ପରେ ଚୋରି କରିଥିବା ଘଟଣାକୁ ସ୍ୱୀକାର କରିଥିଲେ । ପୁଲିସ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଏସି, ବ୍ୟାଟ୍ରିକ, ଇନଭେଟର୍, ବେଣ୍ଡବାଜା ସାମଗ୍ରୀ ଯଥା ଢୋଲ, ଦୁଇଟି ନିଶାନ, ଗୋଟିଏ ତାଶା ଓ ଅନ୍ୟାନ ସାମଗ୍ରୀ ଜବତ ସହ ଚୋରିରେ ବ୍ୟବହୃତ ଗୋଟିଏ ପିସ୍ତଲ , ୨ଟି ଚାକୁ, ୧ଟି କଟୁରୀ ଅନ୍ୟନ୍ୟ ସାମଗ୍ରୀ ମାରଣାସ୍ତ ଏବଂ ୨ଟି ବାଇକ ନଂ ଓଡି୦୮ ୭୬୦୯ ଏବଂ ଓଡି୦୩ ୬୬୯୨ ଜବତ ହୋଇଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର ସୂଚନା ଦେଇଥିଲେ । ଏହି ଘଟଣାକୁ ନେଇ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀଙ୍କ ନିର୍ଦେଶ କ୍ରମେ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାରଙ୍କ ତତ୍ତ୍ୱବଧାନରେ ସଇଁତଲା ଥାନା ଆଇଆଇସି ଅବନୀ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ପୋଲିସ ତଦନ୍ତ ଆରମ୍ଭ କରି ସଫଳତା ପାଇଛି । ଉକ୍ତ ଘଟଣାକୁ ସଇଁତଲା ଥାନା ସେକେଣ୍ଡ୍ ଅଫିସର ଆଲୋକ ପ୍ରସାଦ ଭୋଇ ମାମଲାର ତଦନ୍ତ କରୁଛନ୍ତି ।