oom

୧୦୮ ଆମ୍ବୁଲାନ୍ସର ଗ୍ୟାସ ସିଲିଣ୍ଡର ଫାଟି ଜଣେ ଗୁରୁତର

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନବଜାତକ ଯାଆଁଳା ଶିଶୁ କନ୍ୟାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ସମୟରେ ବଡ଼ ଅଘଟଣ ଘଟିଥିବା ନେଇ ଏକ ଖବର ଆସୁଛି । ଆମ୍ବୁଲାନ୍ସର ଆକ୍ସିଜେନ ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ହୋଇ ଜଣେ ଗୁରୁତର ହୋଇଥିବା ବେଳେ ଶିଶୁର ବାପା ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଗୁରୁତର ଆହତ ହେଲେ ଦୁତୀୟା ଭୋଇ । ତେବେ ଅଳ୍ପକେ ଦୁଇ ଯାଆଁଳା ଶିଶୁ କନ୍ୟା ବର୍ତିଯାଇଥିବା ବେବେଳ, ଗତକାଲି ମଧ୍ୟ ରାତ୍ରରେ ମୁରିବାହାଲ ବ୍ଲକ ଅଧିନସ୍ଥ ଚିକନୀ ବାହାଲି ଗାଁର ରାଧା ଜାନୀ ପ୍ରସବ ପାଇଁ ହୋଇଥିଲେ ଭର୍ତି, ଭୋର ସକାଳ ସମୟରେ ଯାଆଁଳା ଶିଶୁ କନ୍ୟାକୁ ଦେଇଥିଲେ ଜନ୍ମ, ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନ ଥିବାରୁ ଉଭୟ ଶିଶୁଙ୍କୁ ବଲାଙ୍ଗିରକୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର କହିଥିଲେ । ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ରୋଗୀଙ୍କ ସମ୍ପର୍କୀୟ ୧୦୮ ଆମ୍ବୁଲାନ୍ସରେ ଚଢ଼ିଲା ବେଳକୁ ଆମ୍ବୁଲାନ୍ସର ଆକ୍ସିଜେନ ସିଲିଣ୍ଡର ବ୍ଲାଷ୍ଟ ହୋଇଥିଲା । ତେବେ ସେହି ଆହତ ମହିଳାଙ୍କୁ ପ୍ରାରମ୍ଭିକ ଚିକିତ୍ସା ପ୍ରଦାନ କରାଯାଉଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.