ଭାରତୀୟ ଜନତା ପାର୍ଟି ପାନପୋଷ ସାଂଗଠନିକ ଜିଲ୍ଲା ରାଉରକେଲା

  • ବସ୍ତି ବାସିନ୍ଦାଙ୍କ ସମସ୍ୟାକୁ ନେଇ ଆରଏସପି ଅଧିକାରୀଙ୍କୁ ସାକ୍ଷାତ କଲେ ବିଧାୟକ ଶ୍ରୀ ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ଅଧୀନରେ ଥିବା ଇସ୍ପାତ ସହରାଞ୍ଚଳ ଏବଂ ସାରନଗରୀ ଆଦି ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଢି ଉଠିଥିଲା ବସ୍ତି ବାସିନ୍ଦାଙ୍କ ବିଭନ୍ନ ସମସ୍ୟାକୁ ନେଇ ଆଜି ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଆଜି ଆର୍‌.ଏସ୍‌.ପି ସହରସେବା ପ୍ରଶାସନ ବିଭାଗର ସି.ଜି.ଏମ୍‌ ପ୍ରତାପ କୁମାର ସ୍ୱାଇଁଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ବସ୍ତି ଉଚ୍ଛେଦ ପୂର୍ବରୁ ବସ୍ତି ବାସିନ୍ଦାଙ୍କୁ ବିଶ୍ୱାସରେ ନେବା ସହ ସେମାନଙ୍କର ଥଇଥାନକୁ ନେଇ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକତା ଉପରେ ବିଧାୟକ ଦୁର୍ଗା ତନ୍ତୀ ଗୁରୁତ୍ୱାରୋପ କରିଥିଲେ । ପ୍ରତିନିଧି ମଣ୍ଡଳୀରେ ପାନପୋଷ ସାଙ୍ଘଠନିକ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଲତିକା ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଅଜୟ କଂସାରି, ପୂର୍ବ ମଣ୍ଡଳ ସଭାପତି ମନୋଜ ସେନାପତି, ପଶ୍ଚିମ ମଣ୍ଡଳ ସଭାପତି ସନ୍ତୋଷ ବିରାଟ ପ୍ରମୁଖ ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ ହୋଇଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.

error: Content is protected !!