ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ଦ୍ୱାରା ତେଲେନପାଲି ଗ୍ରାମପଞ୍ଚାୟତ ଯମୁନାପାଲି ଗ୍ରାମ ବିଶିପଡା ଠାରେ ଜିଲ୍ଲା ପୋଲିସର ସୌଜନ୍ୟତାରେ ଖପ୍ରାଖୋଲ ପୋଲିସର ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତ୍ରଙ୍କ ନେତୃତ୍ୱରେ ଏହି ଶିବିର ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟଅତିଥି ଭାବେ ପାଟଣାଗଡ଼ ଏସ୍ଡିପିଓ ସଦାନନ୍ଦ ପୁଝାରୀ, ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଅତିରିକ୍ତ ତହସିଲଦାର ସତ୍ୟପ୍ରକାଶ ରାଉତରାୟ ଉପସ୍ଥିତ ଥିଲେ । ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ ବୋଲି ଅତିଥିମାନେ କହିଥିଲେ । ଏହି ଶିବିରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ସହ ଅସହାୟଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା । ଜିଲ୍ଲା ପୋଲିସର ବହୁ ଅଧିକାରୀ, ଖପ୍ରାଖୋଲ ଡିଭିଏଫ୍ ଦଳ ଇନ୍ସପେକ୍ଟର ଜୟନ୍ତ ମହାପାତ୍ର, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ସୁଦୀପ୍ତ ସାହୁ, ଲାଠୋର ଥାନାଧିକାରୀ ରାକେଶ ବେହେରା, ଏଏସ୍ଆଇ ସେୱାନ କେରକେଟା, ଏଏସ୍ଆଇ ନବୀନ ଭୋଇଙ୍କ ସମେତ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।
Prev Post
Next Post