ବିଭିନ୍ନ ପଞ୍ଚାୟତରେ ବିଜେଡିର ଜନ ସମ୍ପର୍କ ଅଭିଯାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ପଞ୍ଚାୟତରେ ଆଜି ବିଜେଡିର ଜନ ସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବେଲପଡା, ଭାଲୁମୁଣ୍ଡା, ତୁରେକେଲା, ଜୁରାବନ୍ଧ, ବିରିପାଲି, ବଳଧା, କପିଲାଭଟା ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ ସଚେତନ କରିଥିଲେ । ସଠିକ୍‌ ବ୍ୟକ୍ତିଙ୍କୁ ୨୦୨୪ ନିର୍ବାଚନରେ ମତ ସାବ୍ୟସ୍ତ କରିବା ପାଇଁ ଲୋକଙ୍କୁ ସଚେତନ କରିଛନ୍ତି । ରାଜ୍ୟ ସରକାର ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରୁଛନ୍ତି କିପରି ଭାବେ ଗରିବ ଲୋକେ ସୁବିଧା ସୁଯୋଗ ପାଇ ପାରିବେ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଜେଡି ନେତା ନାରାୟଣ ଜାଲଙ୍କ ନେତୃତ୍ୱରେ ଉଗ୍ରେ ବନଛୋର, ବୈଷ୍ଣବ ବନଛୋର, ସୁରେଶ ବନଛୋର, ବଂଶୀ ଶବର, ରାମେଶ୍ୱର କୁମ୍ଭାର, ବୀର ତାଣ୍ଡି, ଶିଶୁ ବରିହା, ବୈଚନ୍ଦ୍ର କଟା, ବେଦ ବନଛୋର ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.