ଖପ୍ରାଖୋଲ, (ଅଶୋକ କୁମାର ବାଗ) : “ସରକାର ଘରେ ଘରେ ଶୁଦ୍ଧ ପାଣି ପହଞ୍ଚାଇବା ପାଇଁ ଆରମ୍ଭ କରିଥିଲେ ‘ଘରେ ଘରେ ଜଳ’ ଯୋଜନା । କିନ୍ତୁ ସଦର ଖପ୍ରାଖୋଲ ତଳିପଡା ଠାରେ ଏହି ଯୋଜନା ଆଜି ହୋଇପଡ଼ିଛି ଏକ ମଜାକ । ପାଞ୍ଚ ମାସରୁ ଉର୍ଦ୍ଧ୍ୱ ହେଲା ଗାଁକୁ ସଂଯୋଗ ଦେଇଥିବା ପାଇପ ଭାଙ୍ଗି ଯାଇଛି । ହଜାର ହଜାର ଲିଟର ପାଣି ନଷ୍ଟ ହେଉଛି, ଲୋକେ ପାଣି ଖୋଜୁଛନ୍ତି —କିନ୍ତୁ ଆର୍.ଡବ୍ଲୁ.ଏସ୍.ଏସ୍ ବିଭାଗ ନିଘୋଡ଼ ନିଦ୍ରାରେ । ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି । ଗାଁବାସୀ କହିଛନ୍ତି “ଆମେ ଅଭିଯୋଗ କଲୁ, ଫୋନ କଲୁ, କିନ୍ତୁ କେହି ଆସି ଦେଖିଲେ ନାହିଁ । ଏନେଇ କିଛି ଦିନ ପୂର୍ବରୁ ଯନ୍ତ୍ରୀ ଶ୍ୟାମ କୁମାରଙ୍କୁ ପଚାରିବାରୁ ସେ କହିଥିଲେ ପାଇପ ମରାମତି କରାଯିବ କିନ୍ତୁ ଦୁର୍ଭାଗ୍ୟର କଥା ଭଙ୍ଗା ପାଇପ ଯେମିତି କି ସେମିତି ଅଛି । ସରକାରୀ ଯୋଜନା ଦେଖାଯାଉଛି ମାତ୍ର କାଗଜପତ୍ରରେ । ଗାଁବାସୀ ଏବେ ଚେତାବନୀ ଦେଇଛନ୍ତି — “ଯଦି ଶୀଘ୍ର ପାଇପ ମରାମତି ନହୁଏ, ଆମେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ।”
Next Post