oom

ଜନକଲ୍ୟାଣ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡାସ୍ଥିତ ପ୍ରହରିଛକ ନିକଟସ୍ଥ ଦୁର୍ଗା ଚରଣ ସାହୁଙ୍କ ବାସଭବନରେ ଜନକଲ୍ୟାଣ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ଜୟରାମ ମିଶ୍ର ତଥା ଅବସରପ୍ରାପ୍ତ କୃଷି ଅଧିକାରୀ କେଶବ ଚରଣ ମିଶ୍ର ଏହାକୁ ଉଦ୍‌ଘାଟନ କରିଥିଲେ । ଏହି ଉଦ୍‌ଘାଟନ ଉତ୍ସବରେ ମଦନ ମୋହନ ରଥ, ହରେକୃଷ୍ଣ ପାତ୍ର, ଅରୁଣ କୁମାର ଖୁଆସ, ମଧୁ ସାହୁ, ଶିବ ନାରାୟଣ ରଥ, ଅଶୋକ କୁମାର ଚାନ୍ଦ, ପ୍ରଦୀପ ପଶାୟତ, ବାସ୍ନାରାଣୀ ନାଏକ, ସରିତା ସାହୁ, ରିତା ସାହୁ, ମନ୍ଦୋଦରୀ ସାହୁ, ଶଶାଙ୍କ ଶେଖର ନାଏକ, ମନୀଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସିତାଂଶୁ ଶେଖର ନାୟକ, ଏକ୍ୟୁପ୍ରେସରବିଦ୍‌ ତଥା ଦୁର୍ଗା ଚରଣ ସାହୁ ସମାଜସେବୀଙ୍କ ମିଳିତ ପ୍ରଚେଷ୍ଠାରେ ଏହି ଅନୁଷ୍ଠାନ ଆଗାମୀ ଦିନରେ ଆକ୍ୟୁପ୍ରେସର, ମ୍ୟାଗ୍‌ନେଟ ତଥା ପ୍ରାକୃତିକ ଚିକିତ୍ସା ମାଧ୍ୟମରେ ସମସ୍ତ ରୋଗର ଚିକିତ୍ସା ଜାରି ରଖିବ । ସ୍ୱାସ୍ଥ୍ୟ ଜନିତ କାରଣରୁ ଲୋକେ ହେଉଥିବା ବିଭିନ୍ନ ପ୍ରକାର ଆର୍ଥିକ ଖର୍ଚ୍ଚ ହଇରାଣରୁ ମୁକ୍ତ ତଥା ବିଷମୁକ୍ତ ଚିକିତ୍ସା ରୋଗୀଙ୍କୁ ଯୋଗାଇଦେବା ଏହି ଅନୁଷ୍ଠାନର ମୁଳ ଲକ୍ଷ୍ୟ ।

jittmm
Leave A Reply

Your email address will not be published.