ଅବକାରୀ ବିଭାଗର ଚଢ଼ାଉ : ଅନେକ ଆପତ୍ତି ଜନକ ସାମଗ୍ରୀ ଜବତ

ଜୟପାଟଣା, (ଶେଷ ଦେବ ବେହେରା) : ଅବକାରୀ ବିଭାଗର ଚଢ଼ାଉ । ପର୍ଯ୍ୟାପ୍ତ ପରିମାଣର ବିଦେଶୀ ମଦ ଓ ବୋଟଲିଂରେ ବ୍ୟବହୃତ ଲେଭେଲ, କର୍କ, ଖାଲି ବୋତଲ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ । ସୂଚନା ଯୋଗ୍ୟ ଯେ, ଜୟପାଟଣା ଓ ମୁଖିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ପାଖରେ ଥିବା ମୂଖୁଗୁଡା ଗ୍ରାମର ଖୁସି ରାମ ସାହୁ ଓରଫ କ୍ଷମା ସାହୁ ଅନେକ ଦିନରୁ ବିଭିନ୍ନ ଅପମିଶ୍ରିତ ମଦ ଓ ଲେଭେଲ୍ କରା ମଦ ପ୍ରସ୍ତୁତ କରି ଆସୁଥିବା ବେଳେ ଆଜି ଅବକାରୀ ବିଭାଗର ମିଳିତ ଚଢାଉ ବେଳେ ବ୍ୟାପକ ପରିମାଣରେ ବ୍ୟବହୃତ ସାମଗ୍ରୀ ସହ କିଛି ବିଦେଶୀ ମଦ ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି । ଏହି ଚଢ଼ାଉରେ ଧର୍ମଗଡ ମଣ୍ଡଳ ନିରୀକ୍ଷକ ସୁଧାଂଶୁ ମୁଣ୍ଡାଙ୍କ ନେତୃତ୍ୱରେ ଜୟପାଟଣା ଅବକାରୀ ଉପ ନିରୀକ୍ଷକ ନରେନ୍ଦ୍ର ମିଞ୍ଜ, ଧର୍ମଗଡ ପ୍ରତିମା ବେହେରା, ବଳଭଦ୍ର ପାତ୍ର, ଖୁସିଦେବ କଟା, ପ୍ରିୟମ୍ବଦା ଜେନା, ଓ ଅନ୍ୟ ସହଯୋଗୀମାନେ ପ୍ରତ୍ୟକ୍ଷ ସହଯୋଗ କରିଥିଲେ । ଚଢାଉରେ ୨୫୦୦ ଖାଲି ବୋତଲ, ୨୩୮ଟି ବିଭିନ୍ନ କିସମର ଲେବେଲ, ୨୪୦୦ଟି ଠିପି, ବେଆର ୧୫୪ ଲିଟର ଏବଂ ୯୧ ଲିଟର ତରଳ ସାମଗ୍ରୀକୁ ଜବତ କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ଗତ ୨୦୨୧ମସିହାରେ ମଧ୍ୟ ମଦ କାରବାରରେ ଜେଲ୍ ଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.