ଖପ୍ରାଖୋଲରେ ୧୫ ଘଣ୍ଟା ବର୍ଷା – ବିଜୁଳି ବିଚ୍ଛିନ୍ନ, ଜନଜୀବନ ଅସ୍ତବ୍ୟସ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଲଗାତାର ୧୫ ଘଣ୍ଟା ଧରି ହୋଇଥିବା ଭାରି ବର୍ଷାରେ ସମଗ୍ର ଖପ୍ରାଖୋଲ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବର୍ଷା ସହିତ ବାରମ୍ବାର ବିଜୁଳି ପଡ଼ିବାରୁ ଅଞ୍ଚଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ରାତିରୁ ଆରମ୍ଭ ହୋଇଥିବା ବର୍ଷା ଅଧିକାଂଶ ସଡ଼କରେ ଜଳଜମା ସୃଷ୍ଟି କରିଥିବା ସହିତ ବିଦ୍ୟୁତ ଯୋଗାଣ ମଧ୍ୟ ପୂରାପୁରି ବନ୍ଦ ହୋଇଗଲା । ଅବିରତ ବର୍ଷାର ପ୍ରଭାବରେ ବ୍ରିଜ ଉପରେ ପ୍ରାୟ ଗୋଟିଏ ଫୁଟ ପାଣି ଜମିଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ଲଗାତାର ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଉପୁଡି ଯାଇ ରାସ୍ତାରେ ପଡ଼ିଥିବା ଜଣାପଡିଛି । ଗାଡ଼ି ଓ ଲୋକମାନେ ବହୁତ କଷ୍ଟରେ ଯିବାଆସିବା କରୁଛନ୍ତି । ସାଧାରଣ ଲୋକମାନେ ଘରେ ଅଟକି ପଡ଼ିଥିବା ସହିତ ବଜାର ଏବଂ ଶିକ୍ଷା ସଂସ୍ଥାନରେ ମଧ୍ୟ କାର୍ଯ୍ୟକଳାପ ବାଧାପ୍ରାପ୍ତ ହୋଇଛି । ସ୍ଥାନୀୟ ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଯାନ୍ତ୍ରିକ ସମସ୍ୟା ଥିବାରୁ ବିଜୁଳି ଯୋଗାଣ ବିଚ୍ଛିନ୍ନ ହୋଇଛି । ମରାମତି କାର୍ଯ୍ୟ ଚାଲିଥିବାରୁ ସେବା ପୁନଃସ୍ଥାପନ କରାଯିବ । ଲଗାତାର ବର୍ଷା ଫଳରେ କିଛି ନିମ୍ନାଞ୍ଚଳ ଜଳମଗ୍ନ ହୋଇଥିବା ସୂଚନା ମଧ୍ୟ ମିଳିଛି ।

Leave A Reply

Your email address will not be published.