oum

କେନ୍ଦୁଝରରେ ବିଶ୍ୱ ଜନଜାତି ଦିବସ ପାଳିତ

jsm

କେନ୍ଦୁଝର : ଅଗଷ୍ଟ ୯ ତାରିଖରେ ସାରା ବିଶ୍ୱ ଆଦିବାସୀଙ୍କ ସମ୍ମାନରେ ବିଶ୍ୱ ଜନଜାତି ଦିବସ ପାଳନ କରୁଥିବା ବେଳେ କେନ୍ଦୁଝରରେ ଏହାକୁ ଆଗ୍ରହ ଉଲ୍ଲାସର ସହ ପାଳନ କରାଯାଇଛି । ଜିଲ୍ଲାର ସମସ୍ତ ବହୁଭାଷୀ ବିଦ୍ୟାଳୟମାନଙ୍କରେ ବିଶ୍ୱ ଜନଜାତି ଦିବସ ପାଳନ କରାଯାଇଛି । ଜିଲ୍ଲାପାଳ ଆଶୀଷ ଠାକରେ ବାଂଶପାଳ ବ୍ଲକ ଅନ୍ତର୍ଗତ ଚାଉଳଧୂଆକଂଶ ଏବଂ ତୋରାଣୀପାଣି ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ବିଦ୍ୟାଳୟର ରୂପାନ୍ତରିତ ପରିବେଶକୁ ଏହି ଅବସରରେ ଲୋକାର୍ପଣ କରିଥିଲେ । ସେଠାରେ ଉପସ୍ଥିତ ଥିବା ଜନଜାତି ସଂପ୍ରଦାୟର ଲୋକଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ । ବିଭିନ୍ନ ସମସ୍ୟା ସହ ଅବଗତ ହେବାପରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଏହାର ତୁରନ୍ତ ସମାଧାନ ପାଇଁ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.