ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଏକ ଗୌରବ ଦିବସ : ବିଜେପି ଅନୁସୂିତ ଜନଜାତି ମୋର୍ଚ୍ଚା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଉରକେଲା ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ବୀର ବିର୍ସା ମୁଣ୍ଡାଙ୍କ ୧୪୮ତମ ଜୟନ୍ତୀକୁ ଗୌରବ ଦିବସ ରୂପେ ପାଳନ କରିବା ପାଇଁ ଜିଲ୍ଲା ଅନୁସୂଚୀତ ଜନଜାତି ମୋର୍ଚ୍ଚା ସଭାପତି ବାବୁଲି ମୂର୍ମୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସାଧାରଣ ସଂପାଦିକା ପୂର୍ଣ୍ଣିମା କେରକେଟା ଦୀପ ପ୍ରଜ୍ୱଳନ କରିବା ସହିତ ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ ଓ କର୍ମୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ରାଜ୍ୟ ସାଧାରଣ ସଂପାଦିକା ପୂର୍ଣ୍ଣିମା କେରକେଟା ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଓ ଭଗବାନ ରାଉତ, ଜିଲ୍ଲା ଅନୁସୂଚୀତ ଜନଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ଭୋଳାନାଥ ମାଝୀ ଆଦି ନେତୃବୃନ୍ଦ ବୀର ବିର୍ସା ମୁଣ୍ଡାଙ୍କ ଜୀବନୀ ସହିତ ତାଙ୍କର ସଂଘର୍ଷମୟ ବୀରତ୍ଵ ଏବଂ ଫିରିଙ୍ଗଙ୍କ ବିରୁଦ୍ଧରେ ସ୍ଵାଧୀନତା ସଂଗ୍ରାମ ପାଇଁ କିଭଳି ବୀରତ୍ୱର ସହିତ ଲଢେଇ କରି ମୃତ୍ୟୁବରଣ କରିଥିଲେ ତାହାର ସ୍ମୃତିଚାରଣ କରିଥିଲେ । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ କରି ଦେଶର ସୁନାମ ବଢାଇ ପାରିଛନ୍ତି ଏହା ଗୌରବର କଥା ବୋଲି ମତ ରଖିଥିଲେ । ସେ ସର୍ବଦା ସେମାନଙ୍କ ଉନ୍ନତି ପାଇଁ ଚେଷ୍ଟିତ । ଆଜିର ଏହି କାର୍ଯ୍ୟକ୍ରମରେ ମଙ୍ଗଳ ମୁଣ୍ଡା, ବିନ୍ଦୁ ମୁଣ୍ଡା, ଲକ୍ଷ୍ମଣ ମୁଣ୍ଡା, ରଘୁନାଥ, ନିତୋ ମୁଣ୍ଡା, କଜଳୁଣ୍ଡା, ପାର୍ବତୀ ସନ୍ଦିଲ, ରଶ୍ମୀ ନାଗ, କ୍ରୀଷ୍ଣା ମିଞ୍ଜ, ବିନୟ ତିର୍କୀ, ଶୁଖ ନାଥ ଲାକ୍ରା, ଏପ୍ରିଲ କଛପ, ଦୀପ୍ତି ଏକ୍କା, ସୁନୀଲ କେରକେଟା, ସାଲିକ ବରୁଆ, ଦକ୍ଷିଣ ଟୁଡୁ, ଶ୍ୟାମ ହାଂସଦା, କାହ୍ନୁ ଚରଣ ହେମ୍ବ୍ରମ, ସିଡଲାଲ ମୁର୍ମୁ, ମେଘରିଆ ମାରାଣ୍ଡି, ଜୀତୁ ନାୟକ, ପ୍ରକାଶ ମାହାଲି, ଅମିତ୍ ବାରିକ, ମଙ୍ଗଳ ମାହାଲି, ନୀତେଶ, ରାକେଶ, ଏଣ୍ଡରା, ସୋନୁ, ବିଙ୍କୋ, ରାଜା, କାହ୍ନା, ଅମିତ୍, ଅଙ୍କିତ, ବିକାଶ, ସଞ୍ଜୟ ଆଦି ବହୁ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.