କୌଶଳୀ ଓ ଅଣକୌଶଳୀ ଶ୍ରମିକଙ୍କ ଅନୁପସ୍ଥିତିରେ ସରିଲା ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର

  • ସମ୍ପାଦିତ କାର୍ଯ୍ୟରେ ସ୍ଵଚ୍ଛତା ଆଣିବାକୁ ଅଧିକାରୀଙ୍କୁ ତାଗିଦ୍ କଲେ ବିଧାୟକ ସରୋଜ କୁମାର ମେହେର ଓ ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠୀ
  • ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଏକ ଆଦର୍ଶ ଭାବେ ପରିଚିତ କରିବାକୁ ସରକାରୀ ଅଧିକାରୀଙ୍କୁ ଆହ୍ୱାନ : ବିଧାୟକ ଶ୍ରୀ ମେହେର
  • ପଦ ଚିହ୍ନ ନୁହେଁ କିପରି ପାଦ ଚିହ୍ନ ରହିବ ସେ ଦୃଷ୍ଟି ଦେଇ କାମ କରିବାକୁ ପରାମର୍ଶ : ଉପଜିଲ୍ଲାପାଳ ଡ଼ ସେଠୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଏନ୍‌ଏସି ବ୍ରାହ୍ମପୁରା ସ୍ଥିତ ସୁଭଦ୍ରା ଭବନ ପରିସରରେ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି, ଜୋନ୍ ନଂ୧୪ ବିଶ୍ଵେଶ୍ଵରୀ ବରିହା, ଜୋନ୍ ନଂ ୧୫ ଜିଲ୍ଲାପରିଷଦ ସଦସ୍ୟା କସ୍ତୁରୀ ସେଠ, ଜୋନ୍ ନଂ ୧୬ ବାଳିକା ମାଝୀ ଉପସ୍ଥିତ ଥିବା ବେଳେ ପ୍ରଶାସନିକ ଅଧିକାରୀ ଭାବେ ପାଟଣାଗଡ଼ ବିଡିଓ ନୀଳମାଧବ ସୁନା, ଜିଲ୍ଲା ସାମାଜିକ ସମିକ୍ଷୀକ ବର୍ଷା ହରିପାଲ, ଏ ବିଡିଓ ପ୍ରଭାତ କୁମାର ସାହୁ, ଏପିଓ ଲକ୍ଷ୍ମଣ ବୁଡେକ, ସିଡିପିଓ ଅନୁପମା ପଣ୍ଡା ଉପସ୍ଥିତ ଥିବା ବେଳେ ବ୍ଳକ କାର୍ଯ୍ୟ ନିର୍ବାହୀଯନ୍ତ୍ରୀ ପ୍ରଫୁଲ୍ଲ ବେହେରା ସଭା ପରିଚାଳନା କରିଥିଲେ । ଏହି ଜନଶୁଣାଣୀ ସରକାରଙ୍କ କାର୍ଯ୍ୟ କରାଯାଇଥିବା ମାହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ସମନ୍ୱିତ ଶିଶୁ ବିକାଶ ଯୋଜନା (ମମତା) ଅଧିନରେ ୨୦୨୧-୨୨ ଆର୍ଥିକ ବର୍ଷରେ ସମ୍ପାଦିତ ହୋଇଥିବା କାର୍ୟ୍ୟ ଗୁଡ଼ିକ ର ସାମାଜିକ ସମିକ୍ଷା ବୈଠକ ରେ ଉତ୍ଥାପନ ହୋଇଥିବା ତୃଟି ବିତ୍ୟୁତି ଉପରେ ଜନଶୁଣାଣୀ ହୋଇଥିଲା । କିନ୍ତୁ ପାଟଣାଗଡ଼ ବ୍ଲକର ୩୦ ଗୋଟି ପଞ୍ଚାୟତ ମଧ୍ୟରୁ ଗୋଟିଏ ପଞ୍ଚାୟତର ହେଲେ କୌଶଳୀ ଅଣକୌଶଳୀ ଶ୍ରମିକ ତଥା ଜବକାର୍ଡ ହିତାଧିକାରୀଙ୍କୁ ଏହି ଶିବିରରେ ଦେଖିବାକୁ ମିଳିନଥିଲା । ଯାହାକୁ ନେଇ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ବ୍ଲକ କତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁ ଉପସ୍ଥିତ ଥିବା ବ୍ଲକ ଅଧିକାରୀ ମାନଙ୍କ ଠାରୁ କିଛି ଉତ୍ତର ମିଳିନଥିଲା । ଅନ୍ୟ ପକ୍ଷରେ ପ୍ରସାର ପଚାର ଗ୍ରାମାଞ୍ଚଳରେ ପହଞ୍ଚି ପାରୁନଥିବାରୁ ଶ୍ରମିକ ମାନେ ଜନ ଶୁଣାଣି ଶିବିର ବିଷୟରେ କିଛି ଜାଣିପାରିନଥିବା ସହ ପଞ୍ଚାୟତର ସଂପୃକ୍ତ କାର୍ଯ୍ୟ ନିର୍ବାହ ଅଧିକାରୀ ଓ ଜିଆର୍‌ଏସ୍‌ ମଧ୍ୟ ସେମାନଙ୍କୁ ଜଣାଉ ନଥିବା ପ୍ରକାଶ କରିଛନ୍ତି । ଏପରିକି ବ୍ଲକ ପ୍ରଶାସନ ତରଫରୁ କୌଣସି ବିଜ୍ଞାପନ ଦେଇନଥିବା କହିଛନ୍ତି । ପାଟଣାଗଡ଼ ବ୍ଲକର ମାହାତ୍ସାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ କେତେ ଯେ ଉପକୃତ ହେଉଛନ୍ତି ଏହି ଶିବିରରୁ ସ୍ପଷ୍ଟ ଅନୁମେୟ ହେଉଛି ବୋଲି ମତ ପ୍ରକାଶ ପାଇଛି । ଏଥିରେ ଉପସ୍ଥିତ ଥିବା ବନବିଭାଗ, ସମନ୍ୱିତ ଶିଶୁ ବିଭାଗ, ଉଦ୍ୟାନ ବିଭାଗ, ଜାତୀୟ ଖାଦ୍ୟ ସୁରକ୍ଷା ବିଭାଗ, ସାମାଜିକ ସୁରକ୍ଷା ବିଭାଗ ଓ ଲାଇନ୍ ବିଭାଗର କାର୍ଯ୍ୟରତ ଅଧିକାରୀ ମାନେ ଆର୍ଥିକ ବର୍ଷର ସାମାଜିକ ସମିକ୍ଷାର ବିବରଣୀ ସଠିକ ଭାବରେ ଉପସ୍ଥାପନ କରିପାରିନଥିଲେ । ଜନ ଶୁଣାଣି ସମୟରେ ଅଧିକାରୀ ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠୀ ଓ ବିଧାୟକ ସରୋଜ କୁମାର ମେହେର ବିରକ୍ତି ପ୍ରକାଶ କରିବା ସହ ସଂପୃକ୍ତ ବିଭାଗର ଅଧିକାରୀ ମାନଙ୍କୁ କାର୍ୟ୍ୟର ସମ୍ପାଦନରେ ସ୍ଵଛତା ରକ୍ଷା କରିବା ସହ ଶହେ ଦିନ ର କାର୍ୟ୍ୟ ଦିବସ ସୃଷ୍ଟି ଓ ମଷ୍ଟର ରୋଲ୍ ସଠିକ ଭାବରେ ପ୍ରଦାନ କରିବାକୁ ତାଗିଦ୍ କରିଥିଲେ । ଉପଜିଲ୍ଲାପାଳ ଡ଼ ସେଠୀ ଅଧିକାରୀ ମାନଙ୍କୁ ପଦଚିହ୍ନ ନାଁ ପାଦ ଚିହ୍ନ ରଖିବାକୁ କହିବା ସହ ସେବା ମନୋବଳ ନେଇ କାମ କରିବାକୁ ପରାମର୍ଶ ଦେଇଥିଲେ । ଭଲ କାମ କଲେ ପଦ ଚିହ୍ନରୁ ପାଦ ଚିହ୍ନ ରହିବ ବୋଲି କହିଥିଲେ । ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମେହେର କିପରି ଜନସାଧାରଣଙ୍କ ଜନହିତକର ତଥା ସମାଜମଙ୍ଗଳକାରୀ ନିର୍ମାଣ ଜନିତ କାର୍ୟ୍ୟକୁ ଆର୍ଥିକ ବର୍ଷରେ ଚାଲୁଥିବା କାର୍ୟ୍ୟ ଗୁଡ଼ିକୁ ସଠିକ ଭାବରେ କାମ କରିବା ଅଧିକାରୀ ମାନଙ୍କୁ ପରାମର୍ଶ ଦେବା ସହ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀକୁ ଓଡ଼ିଶାରେ ଏକ ଆଦର୍ଶ ଭାବେ ପରିଚିତ କରିବାକୁ ଆହ୍ୱାନ କରିଥିଲେ । ଏହି ଶିବିର ଜିପିଓ, ବିଭିନ୍ନ ବିଭାଗର ଅଧିକାରୀ, ଜନ ଆଇସିଡିଏସ୍‌ ସୁପରଭାଇଜର, ପଞ୍ଚାୟତ ପିଇଓ, ଜିଆର୍‌ଏସ୍‌, ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଅଙ୍ଗନବାଡ଼ି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଉପଖଣ୍ଡ ଲୋକ ସୂଚନା ଅଧିକାରୀ ସଂଞ୍ଜିବ କୁମାର ମହାନ୍ତି ଉପସ୍ଥିତ ଥିବା ବେଳେ ଜନଶୁଣାଣୀ ଶିବିର କୌଶଳୀ ଶ୍ରମିକ ଅଣ କୌଶଳୀ ଶ୍ରମିକ ମାନେ ଅନୁପସ୍ଥିତି ଥିବା ଯୋଗୁ ପ୍ରଶାସନର ଦୋଷ ତୃଟି ଲୁଚାଇବା ଏକ ପ୍ରାୟସ ନୁହେଁ ତ ବୋଲି ଶିବିରରେ ଆଲୋଚନାର ବିଷୟ ପାଲଟିଥିଲା ।

Leave A Reply

Your email address will not be published.