ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆସନ୍ତା ଅକ୍ଟୋବର ୩୧ରେ ପୁରୀ ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ଦିବା ୧୧.୩୦ ଘଟିକା ସମୟରେ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ କନଫରେନ୍ସ ହଲ ପରିସରରେ ଅନୁଷ୍ଠିତ ହେବ । ଜନସାଧାରଣ ଏହାର ସୁଯୋଗ ନେବା ପାଇଁ ଡେଲାଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଦିଲ୍ଲୀପ କୁମାର ଷଡଙ୍ଗୀ ସୂଚନା ଦେଇଛନ୍ତି ।