centurian jitm

କୁଟାସିଂହା ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ

nschool

ଆଗଲପୁର, (ସୁଶୀଳ କୁମାର ମିଶ୍ର) : ଆଗଲପୁର ବ୍ଲକର କୁଟାସିଂହା ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ପଞ୍ଚାୟତର ସରପଞ୍ଚ ଡିଗ୍ରୀ ମେହେର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ ଯୋଶୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜିର ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୁଦ୍ର ପ୍ରତାପ ସୁନା ଯୋଗଦେଇଥିଲେ । ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଧୀରେନ୍ଦ୍ର ମେହେର, ସି.ଡି.ପି.ଓ ଶ୍ରୀମତୀ ଶୁଭଶ୍ରୀ ମିଶ୍ର, ବି.ଏସ୍.ଓ ସୁଶାନ୍ତ ମହାକୁର, ସ୍ୱାସ୍ଥ୍ୟ ଓ ପରିମଳ ବିଭାଗର ଯନ୍ତ୍ରୀ ଅରବିନ୍ଦ ମହାନ୍ତି, ସାଲେଭଟା ରାଜସ୍ୱ ଅଧିକାରୀ ମନୋଜ କୁମାର ଗହିର, ଜ୍ଞାନ ରଞ୍ଜନ ଶା, ଆଲୋକ ମିଶ୍ର, ବି.ପି.ଏମ୍‌ ସରୋଜ କୁମାର ଧରୂଆ, ଅତିରିକ୍ତ ମସ୍ୟ ଅଧିକାରୀ ଧୁବଲ୍ କିଶୋର ମଲ୍ଲିକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଜନୀ କାନ୍ତ ସାହୁ, ଅରବିନ୍ଦ ପାଣ୍ଡେ ଯୋଗଦେଇଥିଲେ । ତା ସହିତ ଯୋଗାଣ ବିଭାଗ, ଜଙ୍ଗଲ ବିଭାଗର ସହଯୋଗୀ ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ । ଜନ ଶୁଣାଣି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଭିଯୋଗକାରୀ ଆସି ଅଭିଯୋଗ କରିଥିବା ଦେଖିବାକୁ ମିଳିଥିଲା । ବିଶେଷ କରି ଆବାସ ଗୃହକୁ ନେଇ ଅନେକ ଅଭିଯୋଗ ଲିଖିତ ଆକାରରେ କରିଥିବା ଦେଖିବାକୁ ମିଳିଥିଲା । ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଚାଷୀମାନେ ଅଭିଯୋଗ କରିଥିବା ଦେଖିବାକୁ ମିଳିଥିଲା । ପଞ୍ଚାୟତର ଚାଷୀମାନେ ବର୍ଷ ବର୍ଷ ଧରି ମୁଗ, ବିରି, ଚିନାବାଦାମ, ରାଶି, କୋଳଥ ପାଉ ନଥିବା ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀ ଏ ବିଷୟରେ ତୁରନ୍ତ ପଦକ୍ଷେପ ନେବାକୁ ଚାଷୀମାନେ ଅନୁରୋଧ କରିଛନ୍ତି । ଆଜିର ଜନ ଶୁଣାଣି କାର୍ଯ୍ୟକ୍ରମ ଆବାସ ଗୃହ ନିମନ୍ତେ ମୋଟ ୩୬ ପଞ୍ଜିକରଣ ହୋଇଥିବା ବେଳେ ଅନ୍ୟାନ୍ୟ ଉପରେ । ୪୬ଟି ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ମୋଟା ମୋଟି ଭାବରେ ଶିବିର ଟି ଶାନ୍ତି ଶୃଙ୍ଖଳାର ସହିତ ସମ୍ପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.