jayashree

ତୁରେକେଲାରେ ଆମ ଓଡ଼ିଶା ନବୀନ ଓଡ଼ିଶାର ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ କମ୍ୟୁନିଷ୍ଟ କେନ୍ଦ୍ର ପାଖରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଶଙ୍କର୍ଷଣ ବେହେରା ଯୋଗଦେଇଥିଲେ । ସରପଞ୍ଚ ରଘୁବୀର ମେହେରଙ୍କ ସଭାପତିତ୍ୱରେ ଯୋଶେପ ରଣା ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ୧୦ନଂ ଜୋନ୍ ଜିଲ୍ଲା ପରିଷଦ ନୋମିନି, ବିଜେଡି ପାର୍ଟି ବ୍ଲକ ସଭାପତି ଆଶାଦୁଲ୍ଲା ଖାନ୍, ୧୧ନଂ ଜୋନ୍ ଜିଲ୍ଲା ପରିଷଦ କୌଶିକ ମେହେର, ପଞ୍ଚାୟତ ନିର୍ବାହୀ ଅଧିକାରୀ ନକୁଳ ନାଗ, ବ୍ଲକ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ, ପିଏ ଅଶୋକ କୁମାର ପାଣିଗ୍ରାହୀ, ଜିପିଡିଓ ନବ ମଲ୍ଲିକ, ଜିପିଇଓ ଗଜାନନ ନାଏକ ମଞ୍ଚାସୀନ ଥିଲେ । ଏହି ଅବସରରେ ସମସ୍ତ ଅଙ୍ଗନୱାଡ଼ି କର୍ମଚାରୀ, ସିଆର୍‌ପି, ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁରୁ ଆସିଥିବା ଏସ୍‌ଏଚ୍‌ଜି ମହିଳା ବୃନ୍ଦ, ମିଶନ ଶକ୍ତି ମହିଳା ବୃନ୍ଦ, ଏମବିକେ ମହିଳା ବୃନ୍ଦ, ମିଲେଟ ମିଶନର କର୍ମକର୍ତ୍ତା ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.