ସିଆର୍‌ପିଏଫ୍ ତରଫରୁ ଲୁବେନଗଡଠାରେ ଜନ ସଂପର୍କ ଶିବିର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ମ.ରାମପୁର ବ୍ଲକ୍ ସିଆର୍‌ପିଏଫ୍ କ୍ୟାମ୍ପ ଜି/୬୪ ବାଟାଲିଅନ ତରଫରୁ ମାଓ ଅଧ୍ୟୁଷିତ ତଥା ଆଦିବାସୀ ଅଧ୍ୟୁଷିତ ଲୁବେନଗଡଠାରେ ଜନ ସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬୪ ବାଟାଲିୟନର ଦ୍ଵିତୀୟ କମାଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ କେ.କେ. ପାଓ ଏବଂ ଆଶା କର୍ମୀ ମମତା ନାଏକ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଅବସରରେ ଦୁଇଟି ଶିକ୍ଷାନୁଷ୍ଠାନ ସୁଲେସୁରୁ ଓ ଡ୍ରମ୍ବା ବିଦ୍ୟାଳୟକୁ କ୍ରୀଡ଼ା ସାମଗ୍ରୀ ଓ ଅନ୍ୟମାନଙ୍କୁ ଅତ୍ୟାବଶକୀୟ ସାମଗ୍ରୀ ଯଥା ଛତା, ଲୁଙ୍ଗି, ଶାଢ଼ୀ, ସୋଲାର୍ ଲାଇଟ, ବଂଟନ କରାଯାଇଥିଲା । ଏଥିରେ ଲୁବେନଗଡ ପଞ୍ଚାୟତର କାଚାଲାକୁ, ମାତାକୁପା, କାଚୁପଡା, ପୋଖାରୀ ଆଦି ଗ୍ରାମରୁ ଜନସାଧାରଣ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.