oum

ପାଟଣାଗଡ଼ରେ କଂଗ୍ରେସର ଜନ ସମ୍ପର୍କ ଯାତ୍ରା : ସହର ପରିକ୍ରମାରେ ୩ ଶହରୁ ଅଧିକ ବାଇକ ସାମିଲ, କର୍ମୀଙ୍କ ମହଲରେ ପ୍ରବଳ ଉତ୍ସାହ

jsm
  • ଭ୍ରଷ୍ଟାଚାର ବିଜେଡି ସରକାରକୁ ମୂଳୋତ୍ପାନ କରିବାର ସମୟ ଆସିଛି : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଜାତୀୟ କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ଆଜି ସ୍ଥାନୀୟ ବର୍ଥଳା ଗ୍ରାମଠାରୁ ଏକ ଭବ୍ୟ ସ୍ଵାଗତ କରାଯାଇଥିଲା । ବରିଷ୍ଠ ପିସିସି ସଭ୍ୟ ଅନିଲ ମେହେରଙ୍କ ନେତୃତ୍ୱରେ ଅନୁଷ୍ଠିତ ସ୍ୱାଗତ ସମାରୋହରେ ୫ ଶହରୁ ଅଧିକ କଂଗ୍ରେସ କର୍ମୀ ବାଇକ୍ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ପରେ ରାମପୁର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ସଭ୍ୟ ଅନିଲ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜନ ସମ୍ପର୍କ ଓ ମିଶ୍ରଣ ସଭାରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ମୁଖ୍ୟ ଅତିଥି, ପାଟଣାଗଡ଼ କଂଗ୍ରେସ ବ୍ଲକ ସଭାପତି ପତିତପାବନ ପ୍ରଧାନ, ଟାଉନ ସଭାପତି ବିଜୟ କୃଷ୍ଣ ମେହେର, ଯୁବ କଂଗ୍ରେସ ସଭାପତି ଚନ୍ଦନ ସାହୁ, ପିସିସି ସଭ୍ୟ ସିଦ୍ଧାର୍ଥ ମିଶ୍ର, କମ୍ଭୁପାଣି ଦାସ, ଉପେନ୍ଦ୍ର ମିଶ୍ର, ବିପିନ ପାଣିଗ୍ରାହୀ, ଓବିସି ସେଲ୍ ମହେନ୍ଦ୍ର, କଂଗ୍ରେସ ମହିଳା ମୋର୍ଚ୍ଚା ସଭାନେତ୍ରୀ ବିମଳା ମେହେର, ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ସସ୍ମିତା ସାହୁ, ରାମଗୋପାଳ ନାଏକ, ପିସିସି କର୍ମକର୍ତ୍ତା କିଶୋର ଜେନା, ଜ୍ଞାନ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ପ୍ରମୁଖ ମଞ୍ଚାସୀନ ଥିଲେ । ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡ଼ି ଓ ବିଜେପିର ଶତାଧିକ ନେତା କର୍ମୀ ଯୋଗଦାନ କରିଥିଲେ ।ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିବା ସହ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ । ସଭାରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ରାଜ୍ୟ ବିଜେଡି ସରକାରଙ୍କ ବରୁଦ୍ଧରେ ଗର୍ଜିଥିଲେ । ସେ କହିଥିଲେ ଯେ, ୨୨ ବର୍ଷ ବିଜେଡି ସରକାରଙ୍କ ଶାସନ କାଳରେ କିଛି ବି ରାଜ୍ୟର ବିକାଶ ହୋଇନାହିଁ । ବେକାରୀ, ନିଯୁକ୍ତି ନ ଦେବା, କୃଷି ମାରଣ ନୀତି, ଜଳସେଚନ ବ୍ୟବସ୍ଥା, ଦରଦାମ ବୃଦ୍ଧି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମହିଳା ବିରୋଧି ସରକାର ସବୁ ଥିରେ ଫେଲ୍‌ ମାରିଛି ବୋଲି କହିବା ସହ ପରିବର୍ତ୍ତନର ସମୟ ଆସିଛି ୨୨ ବର୍ଷର ଶାସନ କରୁଥିବା ବିଜେଡି ସରକାରଙ୍କୁ ଅଳ୍ପ ଦିନରେ ହଟାଇପାରିବା ବୋଲି ଆହ୍ୱାନ କରିଥିଲେ । ରାଜ୍ୟ ସରକାର ସାମ୍ବାଦିକମାନଙ୍କ ସ୍କୁଲ ପରିସରରକୁ ପ୍ରବେଶ କରିବାକୁ ବାରଣ କରିବା ନେଇ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଲେ ଯେ, ରାଜ୍ୟ ସରକାର ଗଣମାଧ୍ୟମର କଣ୍ଠରୋଧ କରିବା ଏକ ହୀନ ଚକ୍ରାନ୍ତ ଏବଂ ତାହା ନିନ୍ଦନୀୟ ବୋଲି କହିବା ସହ ଆଗାମୀ ଦିନରେ ଏନେଇ କଂଗ୍ରେସ ପକ୍ଷରୁ ଦୃଢ଼ ବିରୋଧ କରାଯିବ ବୋଲି କହିଥିଲେ । ଯୁବ କଂଗ୍ରେସ ସଭାପତି ଚନ୍ଦନ ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏଥିରେ ବହୁସଂଖ୍ୟାରେ ମହିଳା ପୁରୁଷ କର୍ମୀ ଯୋଗଦେଇଥିଲେ ।

Leave A Reply

Your email address will not be published.