ଜନମଞ୍ଚ ସିଭିଲ୍‌ ସୋସାଇଟି ସଂଗଠନ ତରଫରୁ ରାସନ ସାମଗ୍ରୀ ସହ ପନିପରିବା ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ମହାମାରୀ କରୋନାର ପ୍ରଥମ ଲହରୀ ସାରା ବିଶ୍ୱରେ ତାର କାୟା ବିସ୍ତାର କରିସାରିଥିବା ବେଳେ ବର୍ତ୍ତମାନ ତାର ଦ୍ୱିିତୀୟ ଲହରୀ ମାନବ ସମାଜକୁ କବଳିତ କରିିି ରଖିଛି । ତେବେ ତାକୁ ଆଖି ଆଗରେ ରଖି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଏବଂ ସଟ୍‌ଡାଉନ ଜାରି ରହିଥିବା ବେଳେ ଗରୀବ ମାନଙ୍କର ରୋଜଗାର ପୁରା ଠପ୍‌ ହୋଇଯାଇ ସେମାନେ ମୁଠେ ଖାଇବା ପାଇଁ ପାଉନାହାନ୍ତି । ଗରୀବ ଲୋକଙ୍କ ଦୁଃଖ ବୁଝିବା ପାଇଁ କେହି ନାହାନ୍ତି, ଲୋକମାନେ ଦିନ ଦିନ ଧରି ଭୋକ ଉପାସରେ ରହୁଛନ୍ତି । ତେବେ ଏହି ସମୟରେ ସେମାନଙ୍କର ଅସହାୟର ସାଥୀ ପାଲଟିଛି ଜନମଞ୍ଚ ସିଭିଲ୍‌ ସୋସାଇଟି ସଂଗଠନ । ଦୀର୍ଘ ଦଶଦିନ ହେବ ଗରୀବ ମାନଙ୍କୁ ଚିହ୍ନଟ କରି କେବେ ରନ୍ଧା ଖାଦ୍ୟ ତ ଆଉ କେବେ ଶୁଖିଲା ଖାଦ୍ୟ ତ ଆଉ କେବେ ଗରୀବ ଶିଶୁ ମାନଙ୍କ ପାଇଁ କ୍ଷୀର ବଣ୍ଟନ କରାଯାଇଛି । ଗତକାଲି ମଧ୍ୟ ସଂଗଠନ ପକ୍ଷରୁ ରାସନ ସାମଗ୍ରୀ ସହ ପନିପରିବା ପାଟଣାଗଡ଼ ସ୍ଥିତ ଟିକାପାଲି ଏବଂ ଗଡଭିତରପାଲିର ଗରିବ ପରିବାର ମାନଙ୍କୁ ଚିହ୍ନଟ କରି ବଣ୍ଟନ କରାଯାଇଛି । ଏଥିରେ ପ୍ରତୀକ, ଗୋପିକ୍ରୀଷ୍ଣା, କୁନାଲ, ରମେଶ, ମୟୂର, ଲିପୁ, କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.