ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର କ୍ଳଷ୍ଟରର ରିଗଡୁଲ ପ୍ରାଥମିକ ବିଦ୍ୟାଳୟରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର କ୍ଲଷ୍ଟରର ଅଧୀନରେ ଥିବା ରିଗଡୁଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଦିନ କ୍ଳଷ୍ଟରସ୍ତରୀୟ ଜନଭାଗୀଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବ୍ଲକର ବିଜେପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ହୃଷୀକେଶ ବାଗ, ବିଜେପୁର କ୍ଳଷ୍ଟର ସିଆର୍‌ସିସି ଗୋପାଳ ସିଂହ ସୁନା ଏବଂ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଓ ପିତାମାତା, ଅଭିଭାବକ, ୱାର୍ଡ ମେମ୍ବର, ଶିକ୍ଷାବିତ୍‌, ସାମାଜସେବୀ ଏବଂ କୁନି କୁନି ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ତାଙ୍କର ଅଭିଭାଷଣ ରଖିଲା ପରେ ସରପଞ୍ଚ ଶ୍ରୀ ବାଗ ଉପସ୍ଥିତ ଥିବା ଲୋକଙ୍କୁ ବହୁତ ସୁନ୍ଦର୍ ବାର୍ତ୍ତା ଦେଇଥିଲେ । ଏହାପରେ ସିଆର୍‌ସିସି ଗୋପାଳ ସିଂ ସୁନା ମୌଳିକ ସାକ୍ଷାରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ହାସଲ ପ୍ରତି ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାୟିତ୍ଵ କ’ଣ ରହିଛି ଓ ଛାତ୍ରଛାତ୍ରୀମାନେ କିପରି ଫଳପ୍ରଦ ହୋଇପାରିବେ ସେ ବିଷୟରେ ଆଲୋକପାତ କରିଥିଲେ । ୨୦୨୬/୨୭ ସୁଦ୍ଧା ସରକାରଙ୍କ ଉଦ୍ଦେଶ୍ୟ ସଫଳ ରୂପାୟନ ହେବ । ଏହି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ଏବଂ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ପରିଶେଷର କାର୍ଯ୍ୟକ୍ରମକୁ ସମସ୍ତଙ୍କ ଦ୍ଵାରା ପ୍ରଶଂସା କରାଯାଇଥିଲା ଓ ସଭାପତିଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.