ମାଣ୍ତୋସିଲ ପଞ୍ଚାୟତରେ ପିଡିଏସ୍‌ ସାମଗ୍ରୀକୁ ନେଇ ଜନ ଅସନ୍ତୋଷ

ନୂଆପଡା, (ନିରାକାର ମେହେର) : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ହିତାଧିକାରୀମାନଙ୍କ ପାଇଁ କେତେ ଯୋଜନା କରି ଆସୁଛନ୍ତି ।ଯେମିତି ବିପିଏଲ୍‌, ଅନ୍ତୋର୍ଦୟ, ପଡି କାର୍ଡ କରିଛନ୍ତି । ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳ୍‌ଛି ନୂଆପଡା ଜିଲ୍ଲା ଖଡିଆଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ପଞ୍ଚାୟତରେ । ଏହି ପଞ୍ଚାୟତରେ ବିଭିନ୍ନ ସମୟରେ ପିଡିଏସ୍‌ ଚାଉଲକୁ ନେଇ ଦେଖା ଦେଇଛି ଜନ ଅସନ୍ତୋଷ । ସୂଚନାକ୍ରମେ ଏହି ପଞ୍ଚାୟତ ଗୋଡଧୁଆପଦର, ଚଚରାଭଟା, ମାଣ୍ଡୋସିଲ ଓ ବିଜେପୁର ଗ୍ରାମକୁ ନେଇ ଗଠିତ । ପ୍ରଶାସନ ତରଫରୁ ଏହି ପଞ୍ଚାୟତକୁ ଜଣେ ଯୋଗାଣ ସହାୟକ ନିଯୁକ୍ତି କରାଯାଇଛି ।ହେଲେ ଯୋଗାଣ ସହାୟକଙ୍କ ଖାମଖିଆଲି ନୀତି ଯୋଗୁଁ ଗତକାଲି ଜନ ଅସନ୍ତୋଷ ଦେଖାଦେଇଛି । ଏଣୁ ମାଣ୍ଡୋସିଲ ପଞ୍ଚାୟତର ଶତାଧିକ ହିତାଧିକାରୀ ସ୍ଥାନୀୟ ସରପଂଚ ଓ ଖଡିଆଲ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ଯେ, ଆମ ଗ୍ରାମର ସମସ୍ତ ହିତାଧିକାରୀଙ୍କ ପାଇଁ ଗ୍ରାମରେ ପିଡିଏସ୍‌ ବ୍ୟବସ୍ଥା କରାଯାଉ । ଗ୍ରାମ ପଞ୍ଚାୟତରୁ ମାଣ୍ଡୋସିଲ ପ୍ରାୟ ୩ରୁ ୪ କି.ମି. ହେଉଥିବାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିବେଦନ କରିଥିଲେ । ହେଲେ ଏହାକୁ ପ୍ରଶାସନ ଖାମଖିଆଲି ଭାବିଥିଲେ । ଗ୍ରାମ ପଞ୍ଚାୟତରେ ଯୋଗାଣ ସହାୟକ ପିଡିଏସ୍‌ ବଣ୍ଟନ କରୁଥିବା ସମୟରେ ହିତାଧିକାରୀଙ୍କ ସହ ସରପଂଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକଙ୍କ ମଧ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା । ଯୋଗାଣ ସହାୟକ ଠିକ୍‌ ସମୟରେ ପିଡିଏସ୍‌ ବଣ୍ଟନ କରୁନଥିବା ଓ ଦୀର୍ଘ ମାସ ଧରି କିରୋସିନୀ ଦିଆଯାଇ ନ ଥିବାର ମଧ୍ୟ ଅଭିଯୋଗ ହୋଇଛି । ପ୍ରଶାସନ ମାଣ୍ଡୋସିଲ ପଞ୍ଚାୟତବାସୀଙ୍କ ଅଭିଯୋଗକୁ ଭିତ୍ତି କରି ଉଚ୍ଚ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

error: Content is protected !!