oom

ବିଦ୍ୟୁତ ବିଭାଗର ସେକ୍ସନ ଅଫିସର ଖପ୍ରାଖୋଲରେ ରହୁନଥିବା ଯୋଗୁଁ ତେଜୁଛି ଜନ ଅସନ୍ତୋଷ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକରେ ବିଦ୍ୟୁତ୍ ବିଭାଗ ଲୁଚକାଳି ଖେଳ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଓ ସେକ୍ସନ ଅଫିସର ଖପ୍ରାଖୋଲରେ ରହୁନାହାନ୍ତି । ସେକ୍ସନ ଅଫିସର ପବିତ୍ର ବିଶ୍ଵାଲ ପାଟଣାଗଡ଼ରେ ରହୁଥିବା ଅଭିଯୋଗ ହେଉଛି । ଅଧିକାଂଶ ସମୟରେ ନିଜ ଗାଁରେ ରହୁଥିବାରୁ ଖପ୍ରାଖୋଲ ବ୍ଳକରେ ବହୁତ ବିଦ୍ୟୁତ ସମସ୍ୟା ରହିଛି । ବିଦ୍ୟୁତ ଗ୍ରାହକମାନେ ଖପ୍ରାଖୋଲ ସେକ୍ସନ ଅଫିସକୁ ଗଲେ ଅଫିସ ବନ୍ଦ ରହୁଥିବାରୁ କୌଣସି କାର୍ଯ୍ୟ ହୋଇ ପାରିନାହିଁ ବୋଲି ଗ୍ରାହକ ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଅଭିଯୋଗ ଅନୁଯାୟୀ ଖପ୍ରାଖୋଲ ବ୍ଳକର ଖପ୍ରାଖୋଲ ସମେତ ଓଡ଼ିଆପାଲି, ଘୁନସର, ତେଲେନପାଲି, ମହରାପଦର, ନାନ୍ଧୁପଲା, ଭାନପୁର, ମାଟିଆଭଟା, ବାଘମୁଣ୍ଡ, ଲୁହାସିଂହା, ଲାଠୋର, ବେନ୍ଦେର, ରେଙ୍ଗାଲି, ମାଲପଡା, ସାହାଜପାଣି, ଚଙ୍ଗରିଆ, ଟଙ୍କପାଣି, କରୁଆଁଝର, ଧଣ୍ଡାମୁଣ୍ଡା, ଦମାଇପାଲି ଆଦି ପଞ୍ଚାୟତର ବିଭିନ୍ନ ସମୟରେ ଦୀର୍ଘ ଦିନ ହେବ ବିଜୁଳି ବିଭ୍ରାଟ ସମସ୍ୟା ଲାଗି ରହିଥିବା ବେଳେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ପିଲାମାନଙ୍କ ପାଠପଢ଼ାରେ ବ୍ୟାହତ ସୃଷ୍ଟି ହେବା ସହ ପାନୀୟ ଜଳ ଯୋଗାଣ ଉଠାଜଳସେଚନରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଛି । ଏଥିପ୍ରତି ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଆପତ୍ତି ଅଭିଯୋଗ କଲେ ମଧ୍ୟ ଶୁଣୁନାହାନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଖପ୍ରାଖୋଲ ସେକ୍ସନ ଅଫିସରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.