jayashree

ଭୀମପାହାଡ଼ ମହୋତ୍ସବର ୨ୟ ରଜନୀ : ଘନ ଜଙ୍ଗଲରେ ବି ମହୋତ୍ସବ ପାଇଁ ଜମୁଛି ଭିଡ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଘନ ଜଙ୍ଗଲ ଘେରା ପର୍ଯ୍ୟଟନ ସ୍ଥଳୀ ଭୀମପାହାଡରେ ଦଶମ ଭୀମ ପାହାଡ ମହୋତ୍ସବର ୨ୟ ରଜନୀ ସାଢେ ୯ଟାରେ ଅନୁଷ୍ଠିତ ହୋଇଥିବା ରାଜ ଦରବାରର ସାଂସ୍କୃତିକ ସଭାରେ ମହୋତ୍ସବ କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ ଭୀମପାହାଡ଼ ମାଟି ଗୋଟିଏ ବୀରତ୍ଵ ମାଟି, ଭୀମପାହାଡ଼ର ଇତିହାସକୁ ସୁରକ୍ଷା ଦେଇ ପର୍ଯ୍ୟଟନ ସ୍ଥଳୀର ବିକାଶ କରି ସ୍ୱାସ୍ଥ୍ୟ ଓ ସାମାଜିକ କ୍ଷେତ୍ରରେ ବିପ୍ଳବ ଆଣି ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରାଯିବ ବୋଲି କହିଥିଲେ । ଏହି ଅବସରରେ ପାଟଖଣ୍ଡା ମହୋତ୍ସବ କମିଟି, ଗୌଡ଼ଗୋଠ ଓ ଡାକ୍ତର ଆଲିଶା ମେହେର, ଡା. ଲଲାଟେନ୍ଦୁ ନାୟକ, ଡା. ଅର୍ପିତା ପଣ୍ଡାଙ୍କୁ ଭୀମପାହାଡ଼ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ପ୍ରଫୁଲ୍ଲ ଭୂଏ, ପୂର୍ବ ସରପଞ୍ଚ ବାଳକ ପଧାନ, ପଙ୍କଜ ଭୂଏଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ଦେଓଗାଁ ବ୍ଲକ ବିଜେଡି ଯୁବ ସଭାପତି ଶୈଳେନ୍ଦ୍ର ସାହୁ, ମହୋôସବ ସଭାପତି ପ୍ରମୋଦ ବହିଦାର, ସମ୍ପାଦକ ଗୋବର୍ଦ୍ଧନ ସାହୁ, କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ ମଞ୍ଚାସୀନ ହୋଇଥିଲେ । କଂସ ଦରବାରର ଦ୍ୱିତୀୟ ସନ୍ଧ୍ୟାରେ ଦେବକୀଙ୍କ ସପ୍ତପୁତ୍ର ନିଧନ, କୃଷ୍ଣ ଜନ୍ମ, ବିଜୁଳି କନ୍ୟାଜନ୍ମ, ନାରଦଙ୍କ ପରାମର୍ଶରେ ପୁତନା ଗୋପପୁରକୁ ପ୍ରେରଣ ଅଭିନିତ ହୋଇଥିଲା । ଏହି କଂସ ଦରବାର ସାଂସ୍କୃତିକ କାର୍ଯ୍ୟକ୍ରମରେ କଂସ ମହାରାଜ ଭୂମିକାରେ ବରିଷ୍ଠ କଳାକାର ରବିନ୍ଦ୍ର ସାହୁ ଅଭିନୟ କରିଥିବା ବେଳେ ଉଗ୍ରେସନ ଗଜାଧର ପୁଟେଲ, ପୁତୁନା ଓ ଅକୃର ମଧୁ ରାଉତ, ସେନାପତି ହଂସ ଧ୍ୱଜ ଟିପୁନ ବାରିକ, ସିଂହ ଧ୍ୱଜ ଅନିଲ ବାରିକ, ମହାମନ୍ତ୍ରୀ ଜଗଦିଶ ମାହାର, ବସୁଦେବ ପୃଥ୍ୱୀରାଜ ବାଗ, ଦେବକୀ ବର୍ଷା ରାଣୀ, ଚାଣୁର ପୂର୍ଣ୍ଣନନ୍ଦ ସାହୁ, ମୁଷିକ ବନବାସ ଭୂଏ, ରାଜ ପ୍ରହରୀ ସରୋଜ ମହାକୁର, ରାଜଦୁତ ପ୍ରେମରାଜ ସାହୁ ଓ ରାଜ ନର୍ତ୍ତକୀ ଭାବେ ସରସ୍ୱତୀ, ଚୁନୁ ଅଭିନୟ କରିଥିଲେ । ୨ୟ ସନ୍ଧ୍ୟାରେ ବେନାର ମୁହୁରିଆ କଳା ପରିଷଦ ହାତୀସରା, ଘୁଙ୍ଗୁରୁ କଳା ପରିଷଦ ପୁଇଁନ୍ତଲା, ଢ଼ାପ ନୃତ୍ୟ ମନଗାଁ ଟିଟିଲାଗଡ଼, ଦେଓଗାଁ ବ୍ଲକ ବଡ଼ବାହାଲର ସୁରଭି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଘନ ଜଙ୍ଗଲ ଘେରା ଏହି ପର୍ଯ୍ୟଟନ ସ୍ଥଳୀରେ ଦିନ ବେଳା ଭୀମପାହାଡ ବୁଲିବା ସହ ବୋଟିଂ ଏବଂ ରାତିରେ ମହୋତ୍ସବ କାର୍ଯ୍ୟକ୍ରମ ପାଇଁ ଆଖପାଖ ଅଂଚଳର ସହସ୍ର ଲୋକଙ୍କ ଭିଡ ଦେଖିବାକୁ ମିଳୁଛି ।

Leave A Reply

Your email address will not be published.