ଭୁବନେଶ୍ୱର : ଜମତରା ଗ୍ୟାଙ୍ଗର ୩ ଅଭିଯୁକ୍ତ ପ୍ରଦ୍ୟୁମ୍ନ, କ୍ରିଷ୍ଣା କୁମାର ଓ ଚେତଲାଲ ମଣ୍ଡଳ କ୍ରାଇମବ୍ରାଞ୍ଚ ହାତରେ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ୧୧ଟି ମୋବାଇଲ, ୨ ଲାପଟପ, ୩୩ଟି ସିମ୍ ଜବତ ହୋଇଛି । ଓଡିଶାର କେତେ ଲୋକଙ୍କୁ ମଧ୍ୟ ଏମାନେ ଠକିଛନ୍ତି ଓ ତାହାର ତଦନ୍ତ ଚାଲିଛି ବୋଲି କ୍ରାଇମ୍ ବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କ ସୂଚନା ଦେଇଛନ୍ତି । ଜମତରା ଗ୍ୟାଙ୍ଗ ଓଡ଼ିଶା ସମେତ ୨୦ଟି ରାଜ୍ୟର ଲୋକଙ୍କ ଠାରୁ ଫ୍ରଡ୍ କରି ଅର୍ଥ ଆଦାୟ କରୁଥିଲେ । ସାମ୍ବାଦିକ ସମ୍ମିଳନୀରେ କ୍ରାଇମ୍ ବ୍ରାଞ୍ଚ ଏଡିଜିଙ୍କ ଏହି ସୂଚନା ପ୍ରଦାନ କରିଛନ୍ତି ।