୭୦ ବର୍ଷର ଜମି ଦଖଲ ଉପରେ ବିବାଦ

ପଦ୍ମପୁର, (ନିରୋଜ କୁମାର ପାଣୀ) :
ପଦ୍ମପୁର ଉପଖଣ୍ତ ଝାରବନ୍ଦ ତହସିଲ ଅନ୍ତର୍ଗତ ତୁର୍ଲା ଗ୍ରାମରେ ୭୦ ବର୍ଷରୁ ଉର୍ଦ୍ଧ୍ଵ ହେବ ଜମି ଦଖଲ କରି ଚାଷବାସ କରୁଥିବା ରଘୁନାଥ ପୋଢଙ୍କ ଜମିକୁ ନେଇ ତୁର୍ଲା ଗ୍ରାମରେ ବିବାଦ ଦେଖାଦେଇଛି । ଗରିବ ପରିବାର ଶ୍ରୀ ପୋଢ ତାଙ୍କ ଅଜା ସ୍ବର୍ଗତ କୁଶଭ ପୋଢଙ୍କ ଦିନରୁ କିଛି ସରକାରୀ ଜମି ଜବର ଦଖଲ କରି ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଗ୍ରାମର କିଛି ଯୁବକ ଯୋର ଜବରସ୍ତ ଉକ୍ତ ଜମିରେ କ୍ରିକେଟ ଖେଳ ପଡିଆ ତିଆରି କରିବା ପାଇଁ ଚାଷୀ ଜମିକୁ ନଷ୍ଟ କରିଥିବାର ଅଭିଯୋଗ ଝାରବନ୍ଦ ଥାନାରେ ହୋଇଛି । ଗ୍ରାମରେ ଅନେକ ସରକାରୀ ଜାଗା ଖାଲି ପଡିଥିବା ବେଳେ ଇର୍ଷାନ୍ବିତ ହୋଇ କିଛି ପ୍ରଭାବଶାଳୀ ଲୋକ ଶ୍ରୀ ପୋଢଙ୍କ ଜମିରୁ ଦଖଲ କରିବା ପାଇଁ ଷଡଯନ୍ତ୍ର କରୁଥିବାରୁ ଗ୍ରାମରେ ବିବାଦ ଦେଖାଦେଇଥିବା ଆଲୋଚନା ହେଉଛି । ଗ୍ରାମର ୱାର୍ଡ ମେମ୍ବର ଶ୍ରୀମତୀ ମୁକ୍ତ ମିର୍ଦ୍ଧା, ବିହାରୀ କଲେତ, ସତ୍ଯଲାଲ ମାଝୀ, ଶୋଭାରାମ ସାହୁ, କରମ ସିଂ ଦାଉ, ଭୀମ ରଣା ଆଦି କିଛି ପ୍ରମୁଖ ବ୍ଯକ୍ତି ଶ୍ରୀ ପୋଢଙ୍କ ସପକ୍ଷରେ ଝାରବନ୍ଦ ତହସିଲଦାର, ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ୭୦ ବର୍ଷରୁ ଉର୍ଦ୍ଧ୍ଵ ହେବ ଜମି ଦଖଲ କରୁଥିବା ଓ ଏନକ୍କୋଜମେଣ୍ଟ କେଶ ହୋଇଥିବା ଜମିକୁ ରଘୁନାଥ ପୋଢଙ୍କ ନାମରେ ରେକର୍ଡ ଭୁକ୍ତ କରାଇବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.