oom

ସୁବର୍ଣ୍ଣପୁର ସହର ମଧ୍ୟରେ ୪-ଲେନ୍ ରାସ୍ତା ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ

jsmm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ଉଦ୍ୟମକ୍ରମେ ସୁବର୍ଣ୍ଣପୁର କଲେକ୍ଟରେଟ୍ ଅଫିସ ଦେଇ ମହାନଦୀ ବ୍ରିଜ୍ ଠାରୁ କୁଞ୍ଜଛକ ପର୍ଯ୍ୟନ୍ତ ପ୍ରସ୍ତାବିତ ଡିଭାଇଡର୍ ସହିତ ଅଟକି ରହିଥିବା ଚାରି ଥାକିଆ ରାସ୍ତାର ଶୀଘ୍ର ନିର୍ମାଣ ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଛି । ଓଡିଶା ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନୁମୋଦିତ ହୋଇ ପ୍ରଯ୍ୟୁଜ୍ୟ ନ୍ୟାୟସଂଗତ କ୍ଷତିପୂରଣ ଅଧିକାର ଏବଂ ଜମି ଅଧିଗ୍ରହଣର ସ୍ୱଚ୍ଛତା ତଥା ପୁନର୍ବାସ ଏବଂ ଥଇଥାନ ଅଧିନିୟମ ୨୦୧୩ର ଧାରା ୪(୧) ଅନୁଯାୟୀ ୨.୯୯୯ ଏକର ଭୂମି ଅଧିଗ୍ରହଣ ନିମନ୍ତେ ସାମାଜିକ ପ୍ରଭାବ ମୂଲ୍ୟାଙ୍କନ ପାଇଁ ତା ୧୧/୦୮/୨୦୨୧ରୁ ରାଜ୍ୟ ଏସ୍‌ଆଇଏ ୟୁନିଟ ଭୁବନେଶ୍ୱର(ଏସ୍‌ଟିଏଆର୍‌ଆର୍‌) ଅଧିକାରୀ ମାନଙ୍କ ଦ୍ୱାରା କାମ ଆରମ୍ଭ କରାଯାଇଛି । ଏହି ରାସ୍ତା ନିର୍ମାଣ ଦ୍ୱାରା ସୁଗମ ଯାତାୟତ ପାଇଁ ସୁବର୍ଣ୍ଣପୁର ଜନସାଧାରଣଙ୍କ ଦୀର୍ଘ ଦିନର ଆଶା ଓ ଆକାଂକ୍ଷା ପୂରଣ ହେବାକୁ ଯାଉଛି ।

jittmm
Leave A Reply

Your email address will not be published.