oom

ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କ୍ରୀଡା ଉତ୍ସବର ଦ୍ୱିତୀୟ ଦିବସ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୁଆ ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ କ୍ରୀଡା ଉତ୍ସବର ଦ୍ୱିତୀୟ ଦିବସରେ ବିଦ୍ୟାଳୟର ଅଧ୍ୟକ୍ଷ ଶିବ ଶଙ୍କର ଉଦ୍‌ଗାତାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ପୂର୍ବକ କ୍ରୀଡା ବିଭାଗର କବାଡି, ଖୋଖୋ, ସଟ୍‌ପୁଟ, ଡିସକସ ଥ୍ରୋ ଉଭୟ ବାଳକବାଳିକା ବର୍ଗଙ୍କ ପ୍ରତିଯୋଗିତା କ୍ରୀଡା ଶିକ୍ଷକ ଅଶୋକ କୁମାର ଭଞ୍ଜ, ମିତ୍ରଭାନୁ ବିଶ୍ୱାଲ, ସଚିଦାନନ୍ଦ ସାହୁ ଓ ପିଇଆଇ ହରେକୃଷ୍ଣ ନାଏକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସମ୍ପାଦକ ଶିବ ପ୍ରସାଦ ଭଞ୍ଜ ଫୁଟବଲ ଖେଳକୁ ଶୁଭାରମ୍ଭ କରିଥିଲେ । ଏଥିରେ ବିଦ୍ୟାଳୟର ନୋଡାଲ ଅଫିସର ଡି. ପଟେଲ, ସଂସ୍କୃତ ଅଧ୍ୟାପକ ସି.ଭୋଇ, ଇଂରାଜୀ ଅଧ୍ୟାପକ ଏଚ୍‌ଏସ୍‌ ସ୍ୱାଇଁ, ରାଜନୀତି ବିଜ୍ଞାନ ଅଧ୍ୟାପକ ଏସ୍‌କେ ବିଶ୍ୱାଲ, କର୍ମଚାରୀ ବୃନ୍ଦ ଓ ଛାତ୍ରଛାତ୍ରୀମାନଙ୍କ ସମ୍ପୁର୍ଣ୍ଣ ସହଯୋଗ ସହ ପ୍ରତିଯୋଗିମାନଙ୍କ ମନରେ ଅନେକ ଆନନ୍ଦ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

jittmm
Leave A Reply

Your email address will not be published.