ତହସିଲ ଅଫିସ ସମ୍ମୁଖରେ ଜମାକାରୀମାନଙ୍କ ଧାରଣା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ଆହୂତ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ କ୍ରମେ ଗତକାଲି ବରଗଡ଼ ଜିଲ୍ଲାର ସମସ୍ତ ତହସିଲ ଅଫିସ ସମ୍ମୁଖରେ ଜିଲ୍ଲାର ଜମାକାରୀମାନେ ଧାରଣା ଦେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ବିଗତ ଦିନରେ ବିଭିନ୍ନ ଆର୍ଥିକ ସଂସ୍ଥା ଗୁଡ଼ିକରେ ଲୋକେ ତାଙ୍କ କଷ୍ଟ ଲବ୍ଧ ଟଙ୍କା ଜମା କରିଥିଲେ । ତେବେ ପରବର୍ତ୍ତୀ ସମୟରେ ସେମାନେ ଲୁଟ୍‌ର ଶିକାର ହୋଇଥିଲେ । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ନଅ ବର୍ଷ ହେବ ଦୁଇଟି କମିଶନ ଗଠନ କରି ଅର୍ଥ ଫେରସ୍ତର ମିଛ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । ଭୋଟ ସମୟରେ ଭୋଟ ଆଦାୟ କରୁଛନ୍ତି । ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜମାକାରୀମାନେ ଉଚିତ୍ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି । ଆନ୍ଦୋଳନରେ କେନ୍ଦ୍ରୀୟ ମିଳିତ ମଞ୍ଚର ସଭ୍ୟ ରମେଶ ମହାପାତ୍ର, ଜିଲ୍ଲା ସଂଯୋଜକ ସୁଶାନ୍ତ ମହାପାତ୍ର, ଶତ୍ରୁଘ୍ନ ମହାକୁର, ଲୋକନାଥ ଜାଲ, ସନାତନ ମହାନନ୍ଦ, ଗୋକୁଳ ସାହୁ ପ୍ରମୁଖ ବହୁ ଜମାକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.