ମାଲବାହୀ ଟ୍ରେନରେ ଚଢ଼ି ସେଲଫି ନେବା ବେଳେ ଜଳିଗଲେ ନାବାଳକ

ରାୟଗଡ଼ା : ଭାଲୁମସ୍କା ରେଳ ଷ୍ଟେସନରେ ଅଟକି ରହିଥିବା ମାଲଗାଡି ଉପରେ ଠିଆହୋଇ ସେଲଫି ନେଉଥିବା ବେଳେ ଜଳିଗଲେ ଜଣେ ନାବାଳକ । ମୃତ ବାଳକ ଜଣକ ହେଲେ ଦେବେନ୍ଦ୍ର ନାଏକ । ତାଙ୍କ ଘର କାଶୀପୁର ବ୍ଲକ ବର୍ତିବାଲି ଗ୍ରାମରେ ବୋଲି ଜଣାପଡିଛି । ସୂଚନା ଅନୁସାରେ ଦେବେନ୍ଦ୍ର ବୁଧବାର ଏକ ବିବାହ ଭୋଜିରେ ଯୋଗଦାନ ପାଇଁ ଭାଲୁମସ୍କା ଆସିଥିଲେ । ତେବେ ସେ ରେଳଷ୍ଟେସନ ଯାଇ ସେଠାରେ ଠିଆ ହୋଇଥିବା ଏକ ମାଲବାହୀ ଟ୍ରେନ ଉପରେ ଚଢି ସେଲଫି ନେବା ପାଇଁ ଚେଷ୍ଟା କରୁଥିଲେ । ସେହି ସମୟରେ ଉପରେ ଥିବା ଏକ କ୍ଷମତା ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣାସ୍ଥଳରେ ଜଳିଯାଇ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ରେଳଷ୍ଟେସନ ତରଫରୁ ରାୟଗଡ଼ା ଜିଆରପିକୁ ସୂଚନା ଦିଆଯାଇଥିଲା । ଖବର ପାଇ ରେଳବାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ କାଶୀପୁର ମେଡିକାଲ ପଠାଇଛି ।

Leave A Reply

Your email address will not be published.