om academy

ନିଆଁ ଲାଗି ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ପଂଚାୟତ ରେଙ୍ଗାଲି ଗାଁର ଦୟାନିଧି ମାଝୀଙ୍କ ଘରେ ନିଆଁ ଲାଗିଥିବା ଜଣାପଡିଛି । ପରିବାର ଲୋକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଦିନ ଦ୍ଵିପହରରେ ଆକସ୍ମିକ ଭାବେ ନିଆ ଲାଗିଯିବାରୁ ହୁ ହୁ ହୋଇ ଜଳି ଉଠିଥିଲା । ଘର ପୋଡି ସମୟରେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ତାଙ୍କର ଦୁଇ ପୁଅ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି । ଘର ପୋଡ଼ୁ ଥିବାର ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଶ୍ରୀ ମାଝୀ ରହୁଥିବା ସ୍ଥାନକୁ ବଡ଼ ଗାଡ଼ି ଯିବା ପାଇଁ ରାସ୍ତା ନଥିବାରୁ ଗାଡ଼ି ବିଳମ୍ବରେ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାପଡିଛି ।

Leave A Reply

Your email address will not be published.