ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ୪ ବଖରା ଘର

ଭଦ୍ରକ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଯାଇଛି ୪ ବଖରା ଘର । ସୂଚନା ଅନୁସାରେ ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଉଳପୋଖରୀ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଥିରେ ଗୋଟିଏ ପରିବାରର ୪ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ତେବେ ସମସ୍ତେ ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲାଗିଯାଇଥିଲା । ପ୍ରାଣ ବିକଳରେ ଲୋକମାନେ ବାହାରକୁ ଦୌଡି ପଳାଇ ଆସିଥିଲେ । ନିଆଁକୁ ଆୟତ୍‌ତ୍ତ କରିବା ପାଇଁ ଗ୍ରାମବାସୀ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ଘର ଉପରେ ବିଦ୍ୟୁତ ତାର ଛିଂଡି ପଡିବାରୁ, ଏଭଳି ଅଗ୍ନିକାଣ୍ଡ ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.

error: Content is protected !!