
ମାଲକାନଗିରି : ଜଳିଗଲା ଗଞ୍ଜେଇ ବୋଝେଇ ସ୍କର୍ପିଓ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ଚାଲାଣଗୁଡା ନିକଟରେ ଆଜି ଭୋରରୁ ଏକ ଗଞ୍ଜେଇ ବୋଝେଇ ସ୍କର୍ପିଓ ଗଛରେ ପିଟି ହୋଇଥିବା ବେଳେ ଗାଡିଟିରେ କୌଣସି କାରଣରୁ ନିଆଁ ଲାଗି ଜଳୁଥିବା ସହ ଭିତରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ । ମାଲକାନଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଭିତରୁ ଗଞ୍ଜେଇ ଜବତ କରିଛି । ଗାଡିଟି କେଉଁ ରାଜ୍ୟର ଏବଂ କେଉଁଠିକୁ ଯାଉଥିଲା ସେନେଇ ପୁଲିସ ସହ ତଦନ୍ତ ଆରମ୍ଭ କରିଛି । ତେବେ ପ୍ରକୃତରେ ଗଞ୍ଜେଇ ବୋଝେଇ ସ୍କର୍ପିଓଟି ପିଟି ହେବା ପରେ ନିଆଁ ଲାଗିଛି, ନା ମାଫିଆମାନେ ନିଆଁ ଲଗାଇ ଦେଇଛନ୍ତି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।