କେସିଙ୍ଗା, (ପ୍ରୀତେଶ ପଟେଲ) : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାରର ସାମଗ୍ରୀ । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ କନ୍ତେସିର ଗ୍ରାମ ପଞ୍ଚାୟତର ତହଁଶିର ଗାଁରେ ଥିବା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ଅପରାହ୍ନ ସାଢେ଼ ତିନିଟା ସମୟରେ କୌଣସି କାରଣରୁ ନିଆଁ ଲାଗି ଯାଇଥିବା ଜଣାପଡିଥିଲା । ସୂଚନା ମୁତାବକ ନିଆଁ ଲାଗିବାରର କିଛି ସମୟ ପୂର୍ବରୁ ଏଠାରେ ଏକ ସରକାରୀ ମିଟିଂ ଚାଲିଥିଲା । ନିଆଁରେ ଦୁଇଟି ଲାପଟପ୍, ଗୋଟିଏ ପ୍ରିଣ୍ଟର, ଦୁଇଟି ଫ୍ରିଜ୍, ଛ’ ଗୋଟି ଆଲମିରା ,ଦୁଇଟି ବେଡ୍ ଓ ଅନ୍ୟାନ୍ୟ କାଗଜ ପତ୍ର ଜଳି ଯାଇଥିବା ସୂଚନା ମିଳିଛି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଥିବା ଅନୁମାନ କରାଯାଉଥିବା ବେଳେ ଅଗ୍ନିଶମ ବିଭାଗର ଦୁଇଟି ନିଆଁ ଲିଭା ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ରହିଛି ।
Prev Post