ଦେଓଗାଁ, (ମନୀଷ କୁମାର ସାହୁ) : ବାଇକ ଓ ଟ୍ରକ ଧକ୍କାରେ ଜଳିଗଲା ଟ୍ରକ । ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ । ଟ୍ରକ ଧକ୍କାରେ ଶରୀରରୁ ବିଚ୍ଛିନ୍ନ ହୋଇଗଲା ମୁଣ୍ଡ । ଆଜି ସନ୍ଧ୍ୟା ପ୍ରାୟ ୭ଟାରୁ ସାଢେ଼ ୭ଟା ସମୟରେ ଦେଓଗାଁ କଲେଜ ଛକରୁ ଗାଇବାହାଲ ରାସ୍ତାରେ ଘଟିଛି ଏଭଳି ଏକ ଲୋମହର୍ଷଣକାରୀ ଦୁର୍ଘଟଣା । ବାଇକ୍ ଆରୋହୀଂକୁ ଧକ୍କା ଦେବା ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଟ୍ରକରେ ନିଆଁ ଲାଗି ଯାଇଥିବା ନେଇ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି ଦେଓଗାଁ ଅଗ୍ନିଶମ ବିଭାଗର କର୍ମଚାରୀ ।
Prev Post
Next Post