କଣ୍ଟେନରରେ ଅଗ୍ନିକାଣ୍ଡ : ଜଳିଗଲା ୧୦୦ ସ୍କୁଟି

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବାଇପାସ୍‌ରେ ସ୍କୁଟି କଣ୍ଟେନରରେ ଆକସ୍ମିକ ନିଆଁ ଲାଗି ସମସ୍ତ ସ୍କୁଟି ପୋଡିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ହେଲେ ଏହାରି ମଧ୍ୟରେ କଣ୍ଟେନେରରେ ଥିବା ୧୦୦ଟି ସ୍କୁଟି ଜଳିଯାଇଛି । ସୂଚନା ମୁତାବକ, କଣ୍ଟେନରଟି ସ୍କୁଟି ବୋଝେଇ କରି ପ୍ରତାପଗଡ଼ରୁ ଆନ୍ଧ୍ରପ୍ରଦେଶ ଯାଉଥିଲା । ଏହି ସମୟରେ ବାଇପାସ୍‌ରେ ଜଳେଶ୍ୱରୀ ମନ୍ଦିର ନିକଟରେ ଏହି ଘଟଣା ଘଟିଥିଲା । ହଠାତ୍ କଣ୍ଟେନରରେ ନିଆଁ ଲାଗି ଯାଇଥିଲା । ଏ ସମ୍ପର୍କରେ ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ହେଲେ ଏହାରି ଭିତରେ ସମସ୍ତ ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଥିଲା ।

jittmm
Leave A Reply

Your email address will not be published.