ଜଳିଗଲା ଲକ୍ଷାଧିକ ଟଙ୍କାର ବେକେରୀ ଦୋକାନ

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ସହରରେ ଥିବା ସ୍ୱିଜ ବେକେରୀରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଖବର ମିଳିଛି । ଗତକାଲି ଦିନ ୧୧ଟା ସମୟରେ ସଟ ସର୍କିଟ ଯୋଗୁଁ ଏ.ସିରେ ପ୍ରଥମେ ନିଆଁ ଲାଗିଥିଲା । ଏହା ପରେ ଦୋକାନର ଚାରିଆଡେ ନିଆଁ ଲାଗିଯାଇ ବିଭିନ୍ନ ବେକେରୀ ଆଇଟମ୍‌, ଆଇସକ୍ରିମ୍‌, କୋଲଡ୍ରିଂ ପୋଡି ନଷ୍ଟ ହୋଇଯାଇଥିଲା । ସ୍ୱିଜ ବେକେରୀର ମାଲିକ ଚନ୍ଦ୍ରଶେଖର ମେହେର ସିନାପାଲିର ଅଗ୍ନିଶମ ବିଭାଗକୁ ତୁରନ୍ତ ଖବର ଦେଇଥିଲେ । ଏହା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହି ନିଆଁକୁ ଆୟତ୍ତ କରିଥିଲେ । ହେଲେ ବେକେରୀ ସାମଗ୍ରି ସବୁ ପୋଡିଯାଇ ଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଦୋକାନ ମାଲିକ ଚନ୍ଦ୍ରଶେଖର ମେହେର କହିଛନ୍ତ ।

Leave A Reply

Your email address will not be published.