oom

ବିଦ୍ୟୁତ୍ ତାର ଲାଗି ଜଳିଗଲା ଟ୍ରାକ୍ଟର ଓ ପିକ୍‌ଅପ୍

jsmm

ଆଠଗଡ଼ : ବିଦ୍ୟୁତ୍ ତାର ଲାଗି ଜଳିଗଲା ଟ୍ରାକ୍ଟର ଓ ପିକ୍‌ଅପ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍‌ । ଏପରି ଅଘଟଣ ଘଟିଛି କଟକ ନରସିଂହପୁର ଥାନା ବାଲିସାହି ଓ ଘଣ୍ଟପଡ଼ା ଗ୍ରାମର ଦୁଇଟି ସ୍ଥାନରେ । ଆବଶ୍ୟକତା ଠାରୁ ଅଧିକ ପରିମାଣର ପାଳ ବୋଝେଇ ହୋଇ ଏକ ପିକ୍‌ଅଫ୍ ଭ୍ୟାନ୍‌ରେ ଆସୁଥିବା ସମୟରେ ଅଧିକ ଉଚ୍ଚା କାରଣରୁ ବିଦ୍ୟୁତ୍ ତାର ଲାଗି ଛିଣ୍ଡି ଥିବାରୁ ପିକ୍‌ଅଫ୍ ଭ୍ୟାନରେ ଥିବା ପାଳ ଗଦାରେ ନିଆଁ ଲାଗି ଯିବା ଫଳରେ ପାଳ ଗଦା ସହିତ ଗାଡ଼ିର କିଛି ଅଂଶ ମଧ୍ୟ ଜଳି ଯାଇଥିଲା । ସେହିପରି ଘଣ୍ଟପଡ଼ା ଜଗନ୍ନାଥ ମନ୍ଦିର ନିକଟରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲାଗି ଯିବାରୁ ଟ୍ରାକ୍ଟର ବୋଝେଇ ପାଳ ଗଦା ଉପରେ ନିଆଁ ଲାଗି ଜଳି ଯାଇଥିଲା । ଖବର ପାଇ ନରସିଂହପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

jittmm
Leave A Reply

Your email address will not be published.