oom

ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ :

jsmm

କଟକ : କଟକରେ ଅଘଟଣ । ଦେହରେ ଡିଜେଲ ଢାଳି ନିଆଁ ଲଗାଇ ନିଜକୁ ଜାଳିଦେଲା ନାବାଳକ । ପୁରୀଘାଟ ଥାନା ଅନ୍ତର୍ଗତ ମଠସାହିରେ ଅଭାବନୀୟ ଘଟଣା । ନିଜ ଦେହରେ ନିଆଁ ଲଗାଇ ନାବାଳକ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ନାବାଳକର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଖବର ଅନୁଯାୟୀ, ମୃତକ ପଶ୍ଚିମବଙ୍ଗ ଅଞ୍ଚଳର ଅଙ୍କନ ଦତ୍ତ । ସେ ମଠସାହି ଗୋପାଳଜିଉ ଲେନରେ ଭଡ଼ା ଘରେ ରହୁଥିଲେ । କଟକର ଏକ କଲେଜରେ ଯୁକ୍ତ ଦୁଇ ପଢୁଥିଲେ । ନାବାଳକ ନିଜ ଦେହରେ ଡିଜେଲ୍ ଢାଳି ନିଆଁ ଲଗେଇ ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକେ ଦେଖି ପୋଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଅଧାପୋଡା ମୃତଦେହ ଉଦ୍ଧାର କରିଥିଲା । ଏହାପରେ ପୁରୀଘାଟ ଥାନାକୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ତେବେ ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ପୁରୀଘାଟ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛି ।

jittmm
Leave A Reply

Your email address will not be published.