ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀରୁ ରବି ଜଳସେଚନ ଆସନ୍ତା ଜାନୁଆରୀ ଆଠ ତାରିଖରୁ ଆରମ୍ଭ କରିବା ପୂର୍ବରୁ ପାଇଁ ନିଷ୍ପତ୍ତି ନିଆଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ଚଳିତ ବର୍ଷ ଜଳ ଭଣ୍ଡାରର ଜଳସ୍ତରକୁ ନଜରରେ ରଖି ମୋଟ ୭୧, ୨୭୪ହେକ୍ଟର ଜମିରେ ଜଳସେଚନ ଯୋଗାଇ ଦିଆଯିବ ବୋଲି ପ୍ରସ୍ତୁତିକୁ ମଧ୍ୟ ଚୁଡାନ୍ତ କରାଯାଇଥିବା ସୂଚନା ମିଳିଛି । ଫଳ ସ୍ୱରୂପ ଇନ୍ଦ୍ରାବତୀ ବାମ, ଦକ୍ଷିଣ ଓ ମେଗା ଲିଫ୍ଟ କେନାଲମାନଙ୍କର ପ୍ରସ୍ତୁତି କାର୍ଯ୍ୟକୁ ଚୁଡାନ୍ତ ରୂପ ଦେବାପାଇଁ ବିଭାଗ ବ୍ୟଗ୍ର ଥିବାର ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ଜଳସେଚନ ଜିଲ୍ଲାର ଅର୍ଥନୀତି ଓ କର୍ମ ଯୋଗାଣ କ୍ଷେତ୍ରରେ ଜୀବନ ରେଖା ପାଲଟି ଥିବା ବେଳେ ଚଳିତ ରବି ଜଳସେଚନ ବାମ ମୁଖ୍ୟ କେନାଲରେ ୩୪,୩୧୫, ଦକ୍ଷିଣ ମୁଖ୍ୟ କେନାଲରେ ୨୦୦୭୩, ଓ ମେଗା ଲିଫ୍ଟ କେନାଲରେ ପରିବର୍ଦ୍ଧିତ ଆୟକଟ ସହିତ ୧୬, ୪୪୫ହେକ୍ଟର ମୋଟ ୭୧, ୨୭୪ହେକ୍ଟର ଜମିରେ ଜଳସେଚନ ଲକ୍ଷ ରଖାଯାଇ ଥିବା ସୂଚନା ମିଳିଛି । ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ବର୍ତ୍ତମାନ ଜଳସ୍ତର ୬୩୬.୪୫ମିଟର ପହଞ୍ଚି ସାରିଥିବା ସୂଚନା ମିଳିଛି । ଫଳରେ ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨ମିଟର ଅର୍ଥାତ୍ ୧,୪୮, ୫୫୦ହେକ୍ଟର ମିଟର ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୩୬.୪୫ମିଟର ସାଙ୍ଗକୁ ୫୯ପ୍ରତିଶତ ରେ ପହଞ୍ଚି ୮୭, ୯୬୬ହେକ୍ଟର ମିଟର ପାଣି ସଂରକ୍ଷଣକୁ ପହଞ୍ଚି ସାରିଥିବା ସୂତ୍ରରୁ ପ୍ରକାଶ । ଗତ ବର୍ଷ ଏହି ଦିନରେ ଜଳ ଭଣ୍ଡାରର ଜଳସ୍ତର ୬୩୮.୨୦୫ ମିଟର ସହିତ ସତୁରୀ ପ୍ରତିଶତ ପାଣି ଥାଇ ସେହି ସମ୍ବଳ ମଧ୍ୟରେ ମାତ୍ର ୫୮ହଜାର ଜମିରେ ଜଳସେଚନ ରଖାଯାଇ ଥିଲାଜ୍ଝଚଳିତ ବର୍ଷ ଦୁଇ ମିଟର କାମ ସଂରକ୍ଷଣ ଥାଇ ମଧ୍ୟ ରେକର୍ଡ ପରିମାଣରେ ୭୧, ୨୭୪ ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ ରଖା ଯାଇଥିବାରୁ ଚାଷୀଙ୍କ ମଧ୍ୟରେ ଏବେଠୁ ସୁରକ୍ଷିତ ଜଳସେଚନକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଲାଣି । ଏ ସଂକ୍ରାନ୍ତରେ ସଂପୃକ୍ତ ଅଧିକାରୀଙ୍କୁ ପଚାରିବାରୁ ପର୍ଯ୍ୟାୟ କ୍ରମେ ଜଳ ସେଚନ ସହିତ ସ୍ୱଳ୍ପ ମିଆଦି କିସମର ଧାନ ଚାଷ କରିବା ପାଇଁ ଚାଷୀଙ୍କୁ ନିବେଦନ କରାଯାଇ ଥିବା ପ୍ରକାଶ କରିଥିଲେ ।
Prev Post
Next Post