ତାର ଲୁଟେରାଙ୍କ ପ୍ରାଦୁର୍ଭାବ : ଉଠାଜଳସେଚନ ପ୍ରକଳ୍ପରୁ ବିଦ୍ୟୁତ୍‌ ତାର ଚୋରି

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲାରେ ବିଦ୍ୟୁତ୍‌ ତାର ଲୁଟେରା କାୟା ବିସ୍ତାର କଲେଣି । ରାତି ଅଧରେ ବିଦ୍ୟୁତ୍‌ କାଟି ୩ ଫେଜ୍‌ ଆଲୁମିନିୟମ ତାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ରାମଗଡ ଗ୍ରାମର ମହାନଦୀ କୂଳରେ ଚାଷ କାର୍ଯ୍ୟ ପାଇଁ ମା’ ବାଉରୀ ପାଣି ପଞ୍ଚାୟତ ରାମଗଡ ୨ର ଉଠାଜଳସେଚନ ପ୍ରକଳ୍ପ ଦୀର୍ଘ ୩୦ ବର୍ଷରୁ ଅଧିକ ହେଲା ଚାଲି ଆସୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ୍‌ ତାର ଲୁଟେରା ଜଗନ୍ନାଥ ସଡ଼କ ଠାରୁ ଟ୍ରାନ୍ସଫର୍‌ମର୍‌କୁ ଯାଇଥିବା ୩ ଫେଜ୍‌ ବିଦ୍ୟୁତ୍‌ ସିଲ୍‌ଭର୍‌ ତାର ପ୍ରାୟ ୧୦୦୦ ମିଟର ଲୁଟ୍‌ କରିଥିବା ଦେଖିବାକୁ ମିଳିଛି । ସକାଳୁ ଗ୍ରାମର ଚାଷୀ ପାଣି ମଡାଇବାକୁ ଆସିଥିବା ବେଳେ ତାର ଲୁଟ୍‌ ହୋଇଥିବା ଦେଖି ଅନ୍ୟ ଚାଷୀଙ୍କୁ ଖବର ଦେଇଥିଲେ । ଫଳରେ ଚାଷୀ ମିଳିତ ଭାବେ ବିଦ୍ୟୁତ୍‌ ବିଭାଗୀୟ ଯନ୍ତ୍ରୀ ଓ ସ୍ଥାନୀୟ ସରପଞ୍ଚଙ୍କୁ ଚୋରି ହୋଇଥିବା ନେଇ ସୂଚନା ଦେଇଥିଲେ । ସୂଚନା ପାଇ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଶୁଭେନ୍ଦୁ ଯୋଶୀ, ବିଭାଗୀୟ ଯନ୍ତ୍ରୀ ଓ ଷ୍ଟାପ ଚୋରି ହୋଇଥିବା ସ୍ଥାନରେ ପହଂଚି ଅନୁଧ୍ୟାନ କରିଥିଲେ ଓ ପରବର୍ତ୍ତୀ ସମୟରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ବିଦ୍ୟୁତ ସଂଯୋଗ କରାଯିବ ବୋଲି କହିଥିବା ଉକ୍ତ ପ୍ରକଳ୍ପର ସମ୍ପାଦକ ପ୍ରଦୀପ ଭୋକ୍ତା, ସଭାପତି ସ୍ୱାଧୀନ ସେଠି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.